ସାବିତ୍ରୀ ବ୍ରତ ଭୋଗ ଖାଇ ୪୫ଜଣ ଅସୁସ୍ଥ

Advertisment
ସାବିତ୍ରୀ ବ୍ରତ ଭୋଗ ଖାଇ ୪୫ଜଣ ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାମପୁରର ବଅନ୍ତ ବ୍ଲକ୍‌ରେ ସାବିତ୍ରୀ ବ୍ରତ ଭୋଗ ଖାଇ ୪୫ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସାବିତ୍ରୀ ବ୍ରତ ଥିଲା। ଗାଁର ମହିଳାମାନେ ସାବିତ୍ରୀ ବ୍ରତ ପୂଜା ସାରିବା ପରେ ଭୋଗ ବାଣ୍ଟିଥିଲେ। ଏହି ଭୋଗ ଖାଇବାର କିଛି ସମୟ ପରେ ବଅନ୍ତ ବ୍ଲକ୍‌ର ମହିଳା, ପୁରୁଷ ଓ ପିଲା ଏପରି ୪୫ଜଣଙ୍କ ଝାଡ଼ ଓ ବାନ୍ତି ହେବା ସହ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ଗ୍ରାମବାସୀ ସମସ୍ତଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ କେନ୍ଦୁଆପଦା ମେଡିକାଲରେ ଭର୍ତ୍ତି କରିଥିଲେ। ୪୫ଜଣଙ୍କ ମଧ୍ୟରୁ ସେଠାରେ ୨ଜଣଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବାରୁ ଡାକ୍ତର ଦୁହିଁଙ୍କୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରି ଦେଇଛନ୍ତି। ଭଦ୍ରକ ଡାକ୍ତରଖାନାରେ ଦୁଇଜଣଙ୍କ ଚିକିତ୍ସା ଜାରି ରହିଛି।

ସେହିପରି ଅନ୍ୟ କେତେଜଣଙ୍କୁ କେନ୍ଦୁଆପଦା ମେଡିକାଲରେ ଚିକିତ୍ସା କରାଯାଇଥିଲା। ସେଠାରେ ସେମାନେ ସୁସ୍ଥ ଅନୁଭବ କରିବା ପରେ ଡାକ୍ତର ସେମାନଙ୍କୁ ଛୁଟି କରି ଘରକୁ ପଠାଇ ଦେଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥଙ୍କ ମଧ୍ୟରେ କିଛି ଛୋଟ ପିଲା ବି ଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe