୪୫୦ ଲିଟର ଦେଶୀ ମଦ ଜବତ, ୪ ଗିରଫ

Advertisment

ଅଟୋରେ ସହର ଭିତରକୁ ଆଣୁଥିଲେ ଦେଶୀ ମଦ

ଅଟୋରେ ସହର ଭିତରକୁ ଆଣୁଥିଲେ ଦେଶୀ ମଦ

୪୫୦ ଲିଟର ଦେଶୀ ମଦ ଜବତ, ୪ ଗିରଫ

ରାଉରକେଲା: ସହର ଭିତରକୁ ଦେଶୀ ମଦ ଚାଲାଣ କରୁଥିବାବେଳେ ଦୁଇଟି ପୃଥକ୍‌ ମାମଲାରେ ଅବକାରୀ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାଣ୍ଡିଆକୁଦରର ସନ୍ଦୀପ ସ, ଚତୁର ମାଧବ, ମହମ୍ମଦ ଆଦିଲ ଓ ମହମ୍ମଦ ତୋହିଦ୍‌। ଅଭିଯୁକ୍ତମାନଙ୍କ ପାଖରୁ ୪୫୦ ଲିଟର ଦେଶୀ ମଦ ଜବତ ହୋଇଛି। ମଦ ଚାଲାଣରେ ବ୍ୟବହୃତ ଗୋଟିଏ ଅଟୋ(ଓଆର୍‌-୧୪-ଏସ୍‌-୯୫୯୩)କୁ ଜବତ କରିଛି।
ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ତଥା ସବ୍‌ଇନ୍ସପେକ୍ଟର ଶ୍ରୀଧର ମହନ୍ତିଙ୍କ ନେତୃତ୍ବରେ ଆଜି ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ପୂର୍ବାହ୍ନରେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଦେଶୀ ମଦ ବେପାର ଚାଲିଥିବା ପୁଲିସ ସୂଚନା ପାଇଥିଲା। ପରେ ଘଟଣାସ୍ଥଳରେ ଚଢ଼ଉକରି ଦୁଇ ଅଭିଯୁକ୍ତ ସନ୍ଦୀପ ଓ ଚତୁରଙ୍କୁ ଗିରଫ କରିଥିଲା। ଅପରାହ୍ନରେ ବିଶ୍ରା ଅଞ୍ଚଳରେ ଦୁଇ ଅଭିଯୁକ୍ତ ଆଦିଲ ଓ ତୋହିଦ୍‌ ଏକ ଅଟୋରେ ଦେଶୀ ମଦ ନେଇ ସହରକୁ ଆସୁଥିଲେ। ସୂଚନା ପାଇ ଅବକାରୀ ପୁଲିସ କୁକୁଡ଼ା ଗେଟ୍‌ ନିକଟରେ ଉଭୟଙ୍କୁ କାବୁ କରିନେଇଥିଲା। ତେବେ ନିର୍ଦ୍ଦିଷ୍ଟ କାହା ପାଖକୁ ଓ କେଉଁ ଅଞ୍ଚଳକକୁ ମଦ ନେଇ ଯାଉଥିଲେ; ସେନେଇ ଅଭିଯୁକ୍ତ ମୁହଁ ଖୋଲିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe