ରଟିଙ୍ଗିଆରେ ସାଧାରଣତନ୍ତ୍ର ଦିବସରେ ୪୯ଜଣ ଅବସରପ୍ରାପ୍ତ ସୈନିକ ସମ୍ବର୍ଦ୍ଧିତ

ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ସାଧାରଣ ନାଗରିକ କମିଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅବସରପ୍ରାପ୍ତ ସୈନିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା...

49 retired soldiers felicitated on Republic Day in Ratinga

49 retired soldiers felicitated on Republic Day in Ratinga Photograph: (sambad.in)

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ସାଧାରଣ ନାଗରିକ କମିଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅବସରପ୍ରାପ୍ତ ସୈନିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଅଞ୍ଚଳର ୪୯ ଜଣ ଅବସରପ୍ରାପ୍ତ ସାମରିକ ସୈନିକଙ୍କୁ ସମ୍ମାନିତ କରାଯାଇଥିଲା। 

ଅଞ୍ଚଳର ସାଧାରଣ ନାଗରିକଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଘୁ.ଉଦୟଗିରି ତହସିଲଦାର ରଞ୍ଜନ କୁମାର ସାହୁ ଓ ଘୁ.ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ ସମ୍ମାନିତ ଅତିଥି ଏବଂ ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିସିଳା ପ୍ରଧାନ, ମାଲିକାପଡ଼ି ସରପଞ୍ଚ ଝରଣା ପ୍ରଧାନ, ଗ୍ରେସିଙ୍ଗିଆ ସମିତି ସଭ୍ୟା ପୂର୍ଣ୍ଣିମା ପ୍ରଧାନ, କତିଙ୍ଗିଆ ସମିତି ସଭ୍ୟା ଲଳିତା ପ୍ରଧାନ, ସ୍ଥାନୀୟ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ଉପାଧ୍ୟକ୍ଷ ଏନ୍. ଲୁକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାବୁଲା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ଅବସରପ୍ରାପ୍ତ ସୈନିକମାନେ ନିଜ ଜୀବନ କାଳରେ ଦେଶମାତୃକାର ସେବା ଓ ଦେଶ ସୁରକ୍ଷା ପାଇଁ ନିୟୋଜିତ ଥିବାରୁ ୭୬ତମ ସାଧାରଣ ତନ୍ତ୍ର ଦିବସରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଭାନେତ୍ରୀ ଦମ୍ବିକକା ନାୟକ ସମସ୍ତ ଅତିଥିମନଙ୍କୁ ପୁଷ୍ପ ବୃକ୍ଷ ଓ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ ।

ଅଧିକ ପଢ଼ନ୍ତୁ: ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

କାର୍ଯ୍ୟକ୍ରମକୁ ଫିଲିମନ ପ୍ରଧାନ ପରିଚାଳନା କରିଥିବା ବେଳେ ହୃଷିକେଶ ପ୍ରଧାନ ସ୍ଵାଗତ ଅଭିଭାଷଣ ଦେଇଥିଲେ ଏବଂ ସମ୍ପାଦକ ବିକି ପ୍ରଧାନ , କୋଷାଧ୍ୟକ୍ଷ ସୁଜନ ପ୍ରଧାନ , ଉପଦେଷ୍ଟା ସଦାନନ୍ଦ ନାୟକ, ଉମେଶ ଚନ୍ଦ୍ର ପ୍ରଧାନ, ଡି. ସବନମ ଓ ଅନ୍ୟ ସମସ୍ତ ସାଧାରଣ ନାଗରିକ କମିଟିର ସଭ୍ୟ ସଭ୍ୟାମାନେ ସହଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ନବଜାତ ନାତିକୁ ନେଇ ମହାକୁମ୍ଭରେ ଅମିତ ଶାହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe