ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢ଼ାଉ, ୫ ଗିରଫ ୧୫ଟି ବାଇକ୍‌ ଜବତ

ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢ଼ାଉ, ୫ ଗିରଫ ୧୫ଟି ବାଇକ୍‌ ଜବତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଖଟକୁରବାହଲ ଗ୍ରାମରେ ଗୁରୁବାର ଅପରାହ୍ନରେ କୁତ୍ରା ପୁଲିସ ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିବା ସହିତ ୧୫ଟି ବାଇକ୍‌ ଓ ନଗଦ ଟଙ୍କା ଜବତ କରି ଥାନାକୁ ନେଇଛି। ଟଙ୍କାର ପରିମାଣ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲା।

ସୂଚନାଯୋଗ୍ୟ, ଖଟକୁରବାହଲ ଗ୍ରାମରେ ଅନେକ ଦିନ ହେବ ୧୫ରୁ ଊର୍ଧ୍ୱ ଯୁବକ ଜୁଆ ଆଡ୍ଡା ଜମାଇ ଆସିଥିବା କୁତ୍ରା ପୁଲିସ ଖବର ପାଇଥିଲା। ତେବେ ଆଜି ଅପରାହ୍ନରେ କୁତ୍ରା ପୁଲିସ ଆକସ୍ମିକ ଭାବେ ଏହି ଜୁଆ ଆଡ୍ଡା ନିକଟରେ ପହଞ୍ଚି ଅତିର୍କିତ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଜୁଆ ଆଡ୍ଡାରେ ଥିବା ଲୋକମାନେ ପଥରମାଡ କରିଥିଲେ । ପୁଲିସ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗିରଫ ୫ଜଣଙ୍କୁ ଥାନାରେ ଅଟକ ରଖି ପଚାର ଉଚରା ଚାରି ରଖିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe