୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

Advertisment
୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ସ୍ୱପ୍ନେଶ୍ୱର ସାହିର ପ୍ରକାଶ ବେହେରାଙ୍କ ଘରେ ଚଢ଼ାଉ କରି ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ଜଣେ ମହିଳାଙ୍କ ସହ ୫ଜଣଙ୍କୁ ଗିରଫ କରିଛି । ଗୁଇନ୍ଦା ସୂତ୍ରରୁ ବ୍ରାଉନସୁଗାର କିଣାବିକା ହେଉଥିବା ସୂଚନା ପାଇ ଗତକାଲି ଅପରାହ୍ଣରେ ପୁଲିସ ସ୍ୱପ୍ନେଶ୍ୱର ସାହିର ପ୍ରକାଶ ବେହେରାଙ୍କ ଘରେ ଚଢ଼ାଉ କରିଥିଲା ।

ଚଢ଼ାଉରେ ଘର ମଧ୍ୟରୁ ପ୍ରକାଶ ବେହେରାଙ୍କ ପତ୍ନୀ ତୋଫାନୀ ବେହେରା (୩୦), ଶ୍ରୀରାମ ନଗରର ସଂଜୟ କୁମାର ସାହୁ ଓରଫ ଦୁଗୁ (୨୭), ଗୁରୁଜଙ୍ଗ ଦେୱାନ ସାହିର ସର୍ବେଶ୍ୱର ବେହେରା ଓରଫ ବାପି (୩୦), ଗୁରୁଜଙ୍ଗ ଭୋଇ ସାହିର କାହ୍ନା ନାୟକ (୨୬), ଟାଙ୍ଗୀ ଚାନ୍ଦପୁରର ପ୍ରଦୀପ୍ତ କୁମାର ରଥ ଓରଫ ଚିନୁ (୩୧)କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ । ଏନେଇ ଏନ୍ଡିପିଏସ୍ ଆଇନର ଧାରାରେ ୨୭୧/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe