ଡକାୟତି ଯୋଜନା ପଣ୍ତ: ୫ ଅନ୍ତଃରାଜ୍ୟ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଡକାୟତି ଯୋଜନା ପଣ୍ତ: ୫ ଅନ୍ତଃରାଜ୍ୟ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି।​ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଗିରଫ ଡକାୟତମାନେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବାହାରା ଥାନା ବାଗବାହାର ପୋତରପଡା ୱାର୍ଡ ନଂ୧୪ର ବିରୁ ନାଗ(୨୮), ଆଶୁ ଦାସ (୧୯), ରବିକୁମାର ପାଣ୍ଡେ (୨୨), ଓମ୍‌ ସାଗର (୧୯) ଓ ରୂପେଶ ତାଣ୍ତି (୧୯) | ସୂଚନା ଅନୁସାରେ, ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜୋଙ୍କ ନଦୀ ତଟରେ ଜୋଙ୍କ ପୁଲିସ ଚେକପୋଷ୍ଟ ବସାଇ ୨୪ ଘଣ୍ଟିଆ ଯା‌ଞ୍ଚ ଚଳାଇଛି। ଜୋଙ୍କ ଆଇଆଇସି ଗୁରୁଦେବ କର୍ମୀଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ସୀତାକାନ୍ତ ଖାମାରୀଙ୍କ ନେତୃତ୍ବରେ ଏକ ପୁଲିସ ଟିମ ଖରିଆରରୋଡ୍‌ ସହର ଓ ସୀମାବର୍ତ୍ତୀ ଅ‌ଞ୍ଚଳରେ ରବିବାର ସଂଧ୍ୟା ପାଟ୍ରୋଲିଂ କରୁଥିଲେ। ଜୋଙ୍କ ଶାନ୍ତି ଉଦ୍ୟାନର ନିଛାଟିଆ ସ୍ଥାନରେ ବାଗବାହାର ପତରପଡ଼ାର ୫ ଜଣ ଯୁବକ ମାରଣାସ୍ତ୍ର ଧରି ଡକାୟତି କରିବାକୁ ଯୋଜନା କରୁଥିଲେ।

ବିଶ୍ବସ୍ତ ସୂତ୍ରରୁ ଜୋଙ୍କ ପୁଲିସ ଖବର ପାଇ ସେଠାରେ ଚଢ଼ଉ କରି ୫ ଡକାୟତଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ୩ଟି ଧାରୁଆ ଛୁରି, ଦୁଇଟି ମୋବାଇଲ ଓ ଗୋଟିଏ ଦେଶୀ ପିସ୍ତଲ ଜବତ କରିଥିଲା। ରାତିରେ ସେମାନଙ୍କୁ ଜୋଙ୍କ ଥାନାରେ ପଚରାଉଚୁରା କରିବା ସହ ଅଧିକ ତଦନ୍ତ କରାଯାଇଥିଲା। ଏହି ଅଭିଯୁକ୍ତମାନେ ପେସାଦାର ଡକାୟତ ହୋଇଥିବା ବେଳେ ତାଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି। ସେମାନେ ମାତ୍ରାଧିକ ନିଶା ସେବନ କରି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାଯାଇଛି। ସୋମବାର ଅପରାହ୍‌ଣରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜୋଙ୍କ ଆଇଆଇସି ଶ୍ରୀ କର୍ମୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe