ଓଟିପି ଦେଇ କ୍ରେଡିଟ୍‌ କାର୍ଡରୁ ଲୁଟିନେଲେ ୫ ଲକ୍ଷ

ସାଇବର୍‌ ଠକଙ୍କ ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ: ନଜରରେ ସୀମାନ୍ତ ଓ ଗ୍ରାମାଞ୍ଚଳର ଅପାଠୁଆ

PYMNTS.com

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଓଟିପି ଦେଇ ସାଇବର ଲୁଟେରା ତାଙ୍କ କ୍ରେଡିଟ୍‌ କାର୍ଡରୁ ୫ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଠକେଇର ଶିକାର ହୋଇଥିବା ‌ବ୍ୟକ୍ତି ଜାତୀୟ ସାଇବର ସେଲ୍‌ରେ ଅଭିଯୋଗ ମଧ୍ୟ କରିଛନ୍ତି।

ଅଭିଯୋଗ ଅନୁସାରେ, ଗୁରୁବାର ଦିନ ପ୍ରାୟ ୩ଟା ବେଳେ ଅଭିଯୋଗକାରୀଙ୍କ ମୋବାଇଲ୍‌କୁ ଏକ ଓଟିପି ଆସିଥିଲା। ଉକ୍ତ ଓଟିପି ରିସିଭ୍‌ କରିବା କ୍ଷଣି ତାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଆକାଉଣ୍ଟର କ୍ରେଡିଟ୍‌ କାର୍ଡରୁ ପ୍ରଥମେ ୩ ଲକ୍ଷ ପରେ ୨ ଲକ୍ଷ ଓ ପରେ ୨୫ ହଜାର ଟଙ୍କା କଟି ଯାଇଥିଲା। ସମସ୍ତ ଟଙ୍କା କୌଣସି ଜେଜେ ୱେଲଥ କେୟାର ସଲ୍ୟୁସନ୍‌କୁ ଯାଇଥିବା ‌ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe