5 lakh loot from retired police personnel Photograph: (sambad.in)
ରାଉରକେଲା: ଜନଗହଳିପୂର୍ଣ୍ଣ ସେକ୍ଟର ୧୯ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗରୁ ୫ ଲକ୍ଷ ଲୁଟ୍ ହୋଇଛି। ଏକ କଳା ପଲସର ବାଇକ୍ରେ ଦୁଇ ଯୁବକ ବ୍ୟାଙ୍କ ଆଗରୁ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୋସେନ ମାଝୀଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ଫେରାର ହୋଇ ଯାଇଛନ୍ତି। ସେକ୍ଟର ୧୯ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ରାଜଗାଙ୍ଗପୁରରୁ ସୋସେନ ସ୍କର୍ପିଓରେ ପରିବାର ସହ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ରାଉରକେଲା ସେକ୍ଟର ୧୯ ସ୍ଥିତ ବ୍ୟାଙ୍କରେ ପହଞ୍ଚି ଥିଲେ।
ଅଧିକ ପଢ଼ନ୍ତୁ: ୩୧ ଜାନୁଆରି ଇ-କେୱାଇସି ପାଇଁ ଶେଷ ତାରିଖ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ସେ ୫ ଲକ୍ଷ ଉଠାଇବା ପରେ ବ୍ୟାଙ୍କରୁ ବାହାରି ଥିଲେ। ରାସ୍ତା ପାରି ହୋଇ ଗାଡି ପାଖକୁ ଯାଉଥିଲା ବେଳେ ଦୁଇ ଯୁବକ କଳା ପଲସରରେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ଫେରାର ହୋଇ ଯାଇଥିଲେ।
ଅଧିକ ପଢ଼ନ୍ତୁ: ଏଟିଏମ୍ ଲୁଟିଲେ,ସିସିଟିଭି କ୍ୟାମେରା ଏବଂ ହାର୍ଡ ଡିସ୍କ୍ ଭାଙ୍ଗିଲେ
Follow Us