ପର୍ଯ୍ୟବେକ୍ଷଣ ଗୃହ ପାଚେରି ଡେଇଁ ପଳାଇଲେ ୫ ନାବାଳକ

Advertisment
ପର୍ଯ୍ୟବେକ୍ଷଣ ଗୃହ ପାଚେରି ଡେଇଁ ପଳାଇଲେ ୫ ନାବାଳକ

ରାଉରକେଲା: ସ୍ଥାନୀୟ ବାଳ ପର୍ଯ୍ୟବେକ୍ଷଣ ଗୃହରୁ ପାଚେରି ଡେଇଁ ୫ ଜଣ ନାବାଳକ ପଳାୟନ କରିଛନ୍ତି। ଫେରାର ହୋଇଯାଇଥିବା ସମସ୍ତ ନାବାଳକ ରାଉରକେଲା ସେକ୍ଟର-୭, ସେକ୍ଟର-୩, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର, କେନ୍ଦୁଝର ଜିଲ୍ଲା ବଡ଼ବିଲ ଓ ଝାଡ଼ଖଣ୍ଡର ଗୁମଲା ଅଞ୍ଚଳର। ବାଳ ପର୍ଯ୍ୟବେକ୍ଷଣ ଗୃହର ଅଧିକ୍ଷକ ହିମାଂଶୁ ଶେଖର ମିଶ୍ରଙ୍କ ଲିଖିତ ଏତଲା ଆଧାରରେ ରଘୁନାଥପାଲ୍ଲୀ ପୁଲିସ ଘଟଣାର ତଦନ୍ତ କରୁଛି।

ଅଭିଯୋଗ ଅନୁସାରେ ଗତ ଅଗଷ୍ଟ ୩୦ ତାରିଖରେ ୫ ଜଣ ନାବାଳକ ସିସିଟିଭି କ୍ୟାମେରା ପାଇଁ ଉଦ୍ଦିଷ୍ଟ କେବୁଲ ତାର ଓ ବେଡସିଟକୁ ଦଉଡି କରିଥିଲେ। ଏଥିରେ ଏକ ଇଟା ବାନ୍ଧି ବାଳ ପର୍ଯ୍ୟବେକ୍ଷଣ ପାଚୋରି କଡ଼ରେ ଥିବା ଗଛକୁ ଫିଙ୍ଗିଥିଲେ। ଏହା ପରେ ବାଳ ପର୍ଯ୍ୟବେକ୍ଷଣ ପରିସରରୁ ଜଣକ ପରେ ଜଣେ ଚାଲି ଯାଇଥିଲେ।

ଅଭିଯୋଗ ଅନୁସାରେ ୫ ଜଣ ନାବାଳକ ଚୋରୀ, ସିନ୍ଧିଚୋରୀ ଘଟଣାରେ ସଂପୃକ୍ତି ଥିଲେ। ଫେରାର ହୋଇଥିବା ନାବାଳକଙ୍କର ବୟସ ୧୨ରୁ ୧୭ ବର୍ଷ ହେବ। ଏମାନେ ୪ରୁ ୫ ବର୍ଷ ହେଲା ଏଠାରେ ରହୁଥିଲେ। ୨ ଜଣଙ୍କର ବେଲ ହୋଇଥିଲା। ତାଙ୍କର ଅଭିଭାବକମାନେ କରୋନା ଯୋଗୁଁ ସେମାନଙ୍କୁ ନେବା ପାଇଁ ଆସିପାରି ନ ଥିଲେ।

ତେବେ ଫେରାର ନାବାଳକମାନେ ଏବେ ସୁଦ୍ଧା ସେମାନଙ୍କର ଘରକୁ ପହଂଚି ନଥିବା ପରିବାର ଲୋକେ କହିଛନ୍ତି। ଯଦି ପିଲମାନେ ଘରକୁ ଆସନ୍ତି, ତା’ହେଲେ ବାଳ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟକୁ ସୂଚନା ଦେବା ପାଇଁ କୁହାଯାଇଛି। ଯଦି କିଛି ଦିନ ଭିତରେ ଏମାନେ ଫେରି ନଆସନ୍ତି, ପୁଣି ମାମଲା ରୁଜୁ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏଠାରେ ୧୪୦ ଜଣ ନାବାଳକ ଥିଲେ। କିନ୍ତୁ ୫ ପଳାଇବା ପରେ ଏବେ ୧୩୫ ଜଣ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe