ରାଉରକେଲା: ବିଳମ୍ବିତ ରାତିରେ ଡକାୟତିପାଇଁ ଯୋଜନା କରୁଥିବା ସମୟରେ ସୂଚନାପାଇ ପ୍ଲାଣ୍ଟ୍ସାଇଟ୍ ପୁଲିସ ଘଟଣାସ୍ଥଳରେ ଅତର୍କିତ ଚଢ଼ଉକରି ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଛି। ୪ ଜଣଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିବାବେଳେ ରେଲୱେ କଲୋନି ଅଞ୍ଚଳର ନାବାଳକ(୧୭)ଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।
ଅଭିଯୁକ୍ତମାନେ ହେଉଛନ୍ତି ଲାଲବିଲ୍ଡିଂ ଗଳିର ରୋହିତ ପ୍ରସାଦ(୨୦), ଡେଲିମାର୍କେଟ ଦୁର୍ଗାମଣ୍ଡପ ପାଖରେ ରହୁଥିବା ସମୀର ସୋନକାର(୨୦), ନୟାବଜାର ଭବାନୀପୁରର କାର୍ତ୍ତିକ ରାଉତିଆ(୩୦) ଓ ନୟାବଜାର ଗିରିଧାରୀ ବସ୍ତିର ମୋମୋ ମାଝୀ(୨୮)। ସେମାନଙ୍କ ପାଖରୁ ଖଣ୍ଡା, ଛୁରୀ, ଭୁଜାଲି, ରଶି, ଲଙ୍କାମୁଣ୍ଡ, ଲୁହାରଡ୍ ଆଦି ଜବତ ହୋଇଛି।
ଅଧିକ ପଢ଼ନ୍ତୁ: ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ଅଧଘଣ୍ଟା ବଢ଼ିଲା
ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେଲା ଏହି ୫ ଜଣିଆ ଗ୍ୟାଙ୍ଗ୍ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ବିଶେଷକରି ନାବାଳକଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି। ଶନିବାର-ରବିବାର ରାତି ପ୍ରାୟ ୧.୩୦ରେ ଅଭିଯୁକ୍ତମାନେ ରେଲୱେ କଲୋନୀରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ସ୍ଥାନୀୟ ଅଞ୍ଚଳର ଏକ ଘରେ ପଶି ଡକାୟତି କରିବାକୁ ସ୍ଥିର କରିଥିଲେ।
ଏନେଇ ପ୍ଲାଣ୍ଟ୍ସାଇଟ୍ ପୁଲିସ ଗୁପ୍ତ ସୂଚନା ପାଇଥିଲା। ଏହାକୁ ଭିତ୍ତିକରି ସଦଳବଳ ଘଟଣାସ୍ଥଳରେ ଚଢ଼ଉକରି ସମସ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ପୁଲିସ ଖଣ୍ଡା, ଭୁଜାଲି, ଛୁରୀ, ଲୁହାରଡ୍ ଜବତ କରିଛି।
ଅଧିକ ପଢ଼ନ୍ତୁ: ସଡ଼କ ଦୁର୍ଘଟଣାରେ ୨ମୃତ, ଜଣେ ଗୁରୁତର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/17/svk8TN1B5Tk5D8uAQCNB.jpeg)