ଜାତୀୟସ୍ତରୀୟ କନିଷ୍ଠ ଟେନିସ୍ ବଲ୍ କ୍ରିକେଟ ପ୍ରତିଯୋଗିତା, ଓଡ଼ିଶା ଦଳରେ ସ୍ଥାନ ପାଇଲେ ଭଦ୍ରକର ୫ ଖେଳାଳି 

Advertisment
ଜାତୀୟସ୍ତରୀୟ କନିଷ୍ଠ ଟେନିସ୍ ବଲ୍ କ୍ରିକେଟ ପ୍ରତିଯୋଗିତା, ଓଡ଼ିଶା ଦଳରେ ସ୍ଥାନ ପାଇଲେ ଭଦ୍ରକର ୫ ଖେଳାଳି 

ଭଦ୍ରକ: ଉତ୍ତରାଖଣ୍ଡରେ ହରିଦ୍ଵାରଠାରେ ହେବାକୁ ଥିବା ୩୦ତମ ଜାତୀୟସ୍ତରୀୟ ଅଣ୍ଡର ୧୯ ଜୁନିଅର ଟେନିସ୍ ବଲ୍ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ବାଳକ ଓ ବାଳିକା ଓଡ଼ିଶା ଦଳରେ ଭଦ୍ରକରୁ ୫ ଜଣ ଖେଳାଳି ସାମିଲ ହୋଇଛନ୍ତି।

ବାଳକ ବିଭାଗରେ ୨ଜଣ ଖେଳାଳି ରୌନକ ମିଶ୍ର ଓ ବିଦ୍ୟାସାଗର ନାୟକ ଏବଂ ବାଳିକା ବିଭାଗରେ ୩ଜଣ ପ୍ରୀକ୍ଷା ପୁହାଣ, ସ୍ମୃତିରେଖା ସେଠୀ ଓ ଜୟଶ୍ରୀ ଜେନା ସ୍ଥାନ ପାଇଛନ୍ତି। ଖେଳାଳିଙ୍କ ସଫଳତା କାମନା କରି ଭଦ୍ରକ ଜିଲ୍ଲା ଟେନିସ ବଲ୍ କ୍ରିକେଟ ଆସୋସିଏସନର ସମ୍ପାଦକ ଦେବବ୍ରତ ଜେନା, ସଭାପତି ଗୌରହରି ମଣ୍ଡଳ, କାର୍ଯ୍ୟକାରୀ ସଭାପତି ଗୋଲକ ନାୟକ, ଉପସଭାପତି ମନୋଜ ଦାସ, ଜଗବନ୍ଧୁ ବେହେରା, ଲକ୍ଷ୍ମୀକାନ୍ତ ପୁହାଣ, କୋଷାଧ୍ୟକ୍ଷ ସହିଦ୍ ଖାଁ, ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମହାନ୍ତି, କ୍ରୀଡା ଶିକ୍ଷକ ମନୋଜ ସାହୁ, ଉପଦେଷ୍ଟା ଜ୍ଞାନେନ୍ଦ୍ର ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe