ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଅଚାନକ ଗସ୍ତ କଲେ ୫-ଟି ସଚିବ, ଅଧ ଘଣ୍ଟା ରହି କଲେ ସମୀକ୍ଷା

Advertisment
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଅଚାନକ ଗସ୍ତ କଲେ ୫-ଟି ସଚିବ, ଅଧ ଘଣ୍ଟା ରହି କଲେ ସମୀକ୍ଷା

ସାକ୍ଷୀଗୋପାଳ: ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ପୁରୀ ଜିଲ୍ଲାର ପବିତ୍ର ମାଟି ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ୫-ଟି ସଚିବ ଭୁବନେଶ୍ୱରରୁ ଅଚାନକ ଗସ୍ତ କରି ସୁଆଣ୍ଡୋ ପହଞ୍ଚିଥିଲେ। ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଗୋପବନ୍ଧୁଙ୍କ ଜନ୍ମପୀଠରେ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଯାଇଥିଲେ।

publive-image

୫-ଟି ସଚିବ ପାଣ୍ଡିଆନ୍‌ଙ୍କ ଗସ୍ତ ପରେ ଷଠୀ ଘରର ସୁରକ୍ଷା, ସଂଗ୍ରହାଳୟର ନିର୍ମାଣ ଓ ବ୍ରିଜ଼ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମାଣ ସହିତ ସର୍ବାଙ୍ଗୀନ ଉନ୍ନତି କରାଯିବ ବୋଲି ଜଣାପଡ଼ିଅଛି। ଏହି ଗସ୍ତରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏକ ମାସ ମଧ୍ୟରେ ଏଠାରେ ଅନେକଗୁଡ଼ିଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରେ।

publive-image

ତେବେ ୫-ଟି ସଚିବଙ୍କ ଅଚାନକ ଗସ୍ତ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ଅବହେଳିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀର ବିକାଶ ହେବ ବୋଲି ସେମାନେ ବହୁ ଆଶା କରିଛନ୍ତି। କାରଣ ଏଠାରେ ବିକାଶ କାର୍ଯ୍ୟ ହେଲେ ପର୍ଯ୍ୟଟକଙ୍କ ଭିଡ଼ ହେବ। ସ୍ଥାନୀୟ ଲୋକଙ୍କର ବ୍ୟବସାୟ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe