ଝାରସୁଗୁଡ଼ାରେ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହ କଥା ହେଲେ ୫-ଟି ସଚିବ

ଝାରସୁଗୁଡ଼ାରେ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହ କଥା ହେଲେ ୫-ଟି ସଚିବ

ଝାରସୁଗୁଡା: ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ ଆଜି ଝାରସୁଗୁଡ଼ା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିଦର୍ଶନ କରିଛନ୍ତି। ୫ଟି ସଚିବ ଡାକ୍ତରଖାନାର ଅସ୍ତ୍ରୋପଚାର, ଶିଶୁରୋଗ ଓ ଡାଇଲିସିସ୍‌ ୱାର୍ଡ଼ ପରିଦର୍ଶନ କରି ରୋଗୀ ଓ ତାଙ୍କ ସଂପର୍କୀୟମାନଙ୍କ ସହିତ ସିଧାସଳଖ କଥା ହୋଇଥିଲେ। ପାଣ୍ଡିଆନ ମୁଖ୍ୟତଃ ଡାକ୍ତରଖାନାରେ ୩ ଗୋଟି ଜିନିଷ ଉପରେ ତଦାରଖ କରିଥିଲେ। ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ, ମାଗଣା ଔଷଧ ଓ ପରିମଳ ବ୍ୟବସ୍ଥା ଉପରେ ସେ ପ୍ରଶ୍ନ ପରାଚିବା ସହିତ ଚିକିତ୍ସା ସେବା ଦେବାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ କିଭଳି ଆଚରଣ କରୁଛନ୍ତି ତାହା ଜାଣିବା ସହିତ ପ୍ରସୂତୀମାନଙ୍କଠାରୁ କେହି ଅର୍ଥ ଦାବି କରୁଛନ୍ତି କି ବୋଲି ମଧ୍ୟ ପଚାରି ବୁଝିଥିଲେ।

publive-image

ତେବେ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୌଣସି ରୋଗୀ କିମ୍ବା ତାଙ୍କ ସଂପର୍କୀୟ ଚିକତ୍ସା ସେବାରେ କୌଣସି ତ୍ରୁଟି ହେଉଥିବା ଅଭିଯୋଗ କରି ନ ଥିଲେ। ପରନ୍ତୁ ଏଠାରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁଥିବା ନେଇ କହିଥିଲେ। ଡାକ୍ତରଖାନାର ପରିମଳ ବ୍ୟବସ୍ଥା ସହିତ ଖାଦ୍ୟ ଓ ମାଗଣା ଔଷଧ ବ୍ୟବସ୍ଥାରେ ପାଣ୍ଡିଆନ ସନ୍ତୋଷ ପ୍ରକାଶ କରିଥିଲେ। ପରେ ଡାକ୍ତରଖାନାର ଅଭାବ ଅସୁବିଧା ଓ ଡାକ୍ତରଙ୍କ ସମସ୍ୟା ସଂପର୍କରେ ସମୀକ୍ଷା କରିଥିଲେ।

publive-image

୫ଟି ସଚିବ ପାଣ୍ଡିଆନ ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ଆସି କେବଳ ଡାକ୍ତରଖାନା ପରିଦର୍ଶନ କରି ପୁଣି ଭୁବନେଶ୍ୱର ଫେରି ଯାଇଥିଲେ। ତାଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ପୁନମ ଗୁହା ତାପସ କୁମାର ମଧ୍ୟ ଏହି ଗସ୍ତରେ ଆସିଥିଲେ।

ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଓ ବିଭିନ୍ନ ଯନ୍ତ୍ରପାତି ଯୋଗାଣ ସଂପର୍କରେ ଖୁବ୍‌ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି  ପାଣ୍ଡିଆନ ସମ୍ମତି ପ୍ରକାଶ କରିଥିବା ସଂପର୍କରେ ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି। ପାଣ୍ଡିଆନଙ୍କ ଗସ୍ତ ସମୟରେ ଡ଼ିଆଇଜି ହିମାଂଶୁ ଲାଲ, ଏସପି ଅଶ୍ୱିନୀ ମହାନ୍ତି, ଉପଜିଲ୍ଲାପାଳ ଶିବ ଟପ୍ପୋ, ସିଡ଼ିଏମ୍‌ଓ ଡା. ଜଗଦୀଶ ଚନ୍ଦ୍ର ବାରିକ, ଏଡ଼ିଏମ୍‌ଓ ଡା.ଡୋଳାମଣି ପଟେଲ, ଡ଼ିପିଏମ୍‌ ବୁଲୁନାଥ ସାହୁ, ହସପିଟାଲ ମ୍ୟାନେଜର କୁମାର ଅଭିଷେକ ତଥା ବିଭିନ୍ନ ବିଭଗୀୟ ମୁଖ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe