ପ୍ରାଣାନ୍ତକ ଆକ୍ରମଣ ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ ଦଣ୍ଡ

ଛିନ୍‌ତାଇ ଅଭିଯୋଗରେ ଯୁବକଙ୍କୁ ୨ ବର୍ଷ ଜେଲ୍

The Statesman

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଣ୍ଡାକୁଟୁରା ଗାଁରେ ଗତ ୨୫ ଜୁଲାଇ ୨୦୧୫ ମସିହାରେ ମଇଭର ଗ୍ରାମର ରସିକ ସେଠିଆ (୫୦ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଉକ୍ତ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ମାମଲାର ବିଚାର କରି ଅଭିଯୁକ୍ତ ସୋମେଶ୍ୱର ମେହେର (୫୫ବର୍ଷ)କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି ।

ପ୍ରକାଶ ଯେ ୨୦୧୫ ଜୁଲାଇ ୨୬ ତାରିଖ ଦିନ ଜୁନାଗଡ଼ ଥାନା ମଇଭର ଗ୍ରାମର ରସିକ ସେଠିଆ ସନ୍ଧ୍ୟା ୪ଟା ସମୟରେ ବଣ୍ଡାକୁଟୁରା ଛକକୁ ଯାଇଥିଲେ। ସେତେବେଳେ ବଣ୍ଡାକୁଟୁରା ଗାଁର ସୋମେଶ୍ୱର ତାର ପୁଅ ଈଶ୍ୱର ମେହେର ସହିତ ଆସି ରସିକଙ୍କୁ ଟାଙ୍ଗିଆରେ ପ୍ରଣାନ୍ତକ ଆକ୍ରମଣ କରିଥିଲା। ଏନେଇ ଜୁନାଗଡ଼ ଥାନାରେ ରସିକଙ୍କ ପୁଅ ସନ୍ତୋଷ ସେଠିଆ ଅଭିଯୋଗ କରିଥିଲେ। ଜୁନାଗଡ଼ ଥାନା କେସ ନଂ ୨୫୮ରେ ମାମଲା ରୁଜୁ ହୋଇଥିଲା। ମାମଲାର ଅନ୍ୟତମ ଅଭିଯୁକ୍ତ ଈଶ୍ୱରକୁ ଅଦାଲତ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe