ଶିଶୁ ଦୁଷ୍କର୍ମ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ସୋନପୁର: ଏକ ଶିଶୁ ଦୁଷ୍କର୍ମ ମାମଲାର ବିଚାର କରି ସୋନପୁର ଏଡିଜେ ତଥା ସ୍ୱତନ୍ତ୍ର ଜଜ୍‌ ପୂର୍ଣ୍ଣିମା ଜେନା ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ଅଭିଯୁକ୍ତକୁ ଦୋଷୀ ସବ୍ୟସ୍ତ କରିବା ସହ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ ଡୁଙ୍ଗୁରିପାଲି ଥାନା ଅସୁରମୁଣ୍ଡା ଗ୍ରାମର ଗୋବିନ୍ଦ ସାହୁ ଗତ ୮.୧୧.୨୦୧୫ରେ ଜଣେ ୬ ବର୍ଷ ବୟସ୍କା ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା। ଏ ନେଇ ପୀଡ଼ିତାର ବାପା ଲଛିପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ଏତଲା ଆଧାରରେ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଉକ୍ତ ମାମଲା କୋର୍ଟରେ ବିଚାରାଧୀନ ଥିଲା। ଏଥିରେ ୧୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଭିତ୍ତିରେ ଏଡିଜେ ତଥା ସ୍ୱତନ୍ତ୍ର ଜଜ୍‌ ପୂର୍ଣ୍ଣିମା ଜେନା ଗୋବିନ୍ଦକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଦଶରଥ ମାହାଣା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe