ଭଦ୍ରକରେ କୁମ୍ଭୀର ଗଣନା ଶେଷ, ୫୦ଟି କୁମ୍ଭୀର ଠାବ, ମିଳିଲା ଧଳା ବଉଳା କୁମ୍ଭୀରର ସନ୍ଧାନ

Advertisment
ଭଦ୍ରକରେ କୁମ୍ଭୀର ଗଣନା ଶେଷ, ୫୦ଟି କୁମ୍ଭୀର ଠାବ, ମିଳିଲା ଧଳା ବଉଳା କୁମ୍ଭୀରର ସନ୍ଧାନ

ଭଦ୍ରକ: ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ୍‌ ପକ୍ଷରୁ ଶୁକ୍ରବାର ୨୦୧୯-୨୦ ମସିହା ପାଇଁ କୁମ୍ଭୀର ଗଣନା କାର୍ଯ୍ୟ ଶେଷ ହୋଇଛି। ଭଦ୍ରକ ଜିଲ୍ଲାରେ ପ୍ରବାହିତ ହେଉଥିବା ମନ୍ତେଇ, ସାଳନ୍ଦୀ ଓ ବୈତରଣୀ ନଦୀରେ ମୋଟ ୫୦ଟି କୁମ୍ଭୀର ଥିବା ଗଣନା ବେଳେ ଠାବ କରାଯାଇଛି। ଏଇ କୁମ୍ଭୀରମାନଙ୍କ ମଧ୍ୟରୁ ଏକ ବିରଳ ପ୍ରଜାତିର ଧଳା ବଉଳା କୁମ୍ଭୀରକୁ ବନ୍ୟପ୍ରାଣୀ ଡିଭିଜନ୍‌ ଠାବ କରିଥିବର ସୂଚନା ମିଳିଛି। ତେବେ ଧଳା ବଉଳା କୁମ୍ଭୀର ଠାବ କରିଥିବା ନେଇ ବନ ବିଭାଗର କର୍ମଚାରୀମାନେ ଅଧିକ ଖୁସି ଅନୁଭବ କରିଛନ୍ତି।

ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ୍‌ ପକ୍ଷରୁ ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଗଠିତ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଏହି କୁମ୍ଭୀର ଗଣନାରେ ସାମିଲ ହୋଇଥିଲେ। ଧାମରା ଓ ଚାନ୍ଦବାଲି ପାଇଁ ଦୁଇଟି ଅଲଗା ଅଲଗା ଟିମ୍‌ ଗଠନ କରାଯାଇଥିଲା। ଏଥିରେ ମୋଟ ୧୧ ଜଣ ବନ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ସାମିଲ ଥିଲେ।

ଗତ ୨୦୧୭-୧୮ ମସିହା କୁମ୍ଭୀର ଗଣନା ବେଳେ ଭଦ୍ରକ ଜିଲ୍ଲାରେ ମୋଟ ୧୫ଟି କୁମ୍ଭୀର ଥିବା ସୂଚନା ମିଳିଥିଲା। ୨୦୧୯-୨୦ ରେ ଏହି ଗଣନା ଆଜି ଶେଷ ହୋଇଥିବା ବେଳେ ଏଥର ଅଧିକ ୩୫ ଟି କୁମ୍ଭୀରର ସନ୍ଧାନ ମିଳିଛି। ଏବେ ଜିଲ୍ଲାରେ ମାଈ ଓ ଅଣ୍ଡିରା ମିଶି ମୋଟ ୫୦ଟି କୁମ୍ଭୀର ଠାବ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe