ଏମିତି ଚାଳିଛି ଜୀବେ ଦୟା: କୋରାପୁଟ ଜିଲ୍ଲାରେ ବାଇକ୍‌ ପଛରେ ବାନ୍ଧି ୫୦ରୁ ଉର୍ଦ୍ଧ୍ଵ ଦେଶୀ କୁକୁଡ଼ା ନେଉଛନ୍ତି ଯୁବକ

Advertisment
ଏମିତି ଚାଳିଛି ଜୀବେ ଦୟା: କୋରାପୁଟ ଜିଲ୍ଲାରେ ବାଇକ୍‌ ପଛରେ ବାନ୍ଧି ୫୦ରୁ ଉର୍ଦ୍ଧ୍ଵ ଦେଶୀ କୁକୁଡ଼ା ନେଉଛନ୍ତି ଯୁବକ

ଜୟପୁର: କଥାରେ ଅଛି ଜୀବେ ଦୟା। ତେବେ ଏହାକୁ କେତେ ଜଣ ପାଳନ କରୁଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ମଣିଷ ଆଜି ମଣିଷ ହୋଇ ରହିନି। ପଶୁ ମାଂସ ଭକ୍ଷଣ କରିବା ପାଇଁ ଛେଳି, ମେଣ୍ଡା, କୁକୁଡା ଠାରୁ ଆରମ୍ଭ କରି ଗୋମାତାକୁ ବି ହତ୍ୟା କରିବାକୁ ପଛାଉ ନାହିଁ। ଆଜି ଜଣେ ବ୍ୟକ୍ତି ବୋରିଗୁମ୍ମାରୁ ରାଣୀଗଡ-କୋରାପୁଟ ରାସ୍ତାରେ ନିଜ ବାଇକର ପଛ ସିଟ୍‌ ଏବଂ କ୍ୟାରିୟରରେ ୫୦ରୁ ଉର୍ଦ୍ଧ୍ଵ ଦେଶୀ କୁକୁଡାକୁ ଅତ୍ୟନ୍ତ ଦୟନୀୟ ଭାବେ ଝୁଲାଇ ନେଉଥିବା ଦେଖିବାକୁ ମିଳିଥିଲା। ନିଜର ସୁରକ୍ଷା ପାଇଁ ଉକ୍ତ ବ୍ୟକ୍ତି ଜଣକ ମୁଣ୍ଡରେ ହେଲମେଟ୍‌ ଓ କରୋନା ସଂକ୍ରମଣରୁ ରକ୍ଷା ପାଇଁ ମୁହଁରେ ମାସ୍କ ପିନ୍ଧିଥିଲେ। ଯେଉଁ ପଶୁ କିମ୍ବା ଜୀବର କଥା କହିବା ପାଇଁ ପାଟି ନାହିଁ କି ପ୍ରତିରୋଧ କରିବା ପାଇଁ ହାତ ଗୋଡ଼ ନାହିଁ ତାହାକୁ ଏଭଳି କରିବା କେତେ ଦୁର ଯୁକ୍ତିଯୁକ୍ତ।

ଯେଉଁ ବ୍ୟକ୍ତି ଜଣକ ଏଭଳି ଅମାନବୀୟ ଭାବେ କୁକୁଡା ଗୁଡାକୁ ନେଉଥିଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ଗ୍ରହଣ କରିବା କଥା। ତେବେ ପ୍ରଶାସନିକ ଅଧିକାରୀମାନେ ଏହି ଆଇନରେ ସେତେଟା ଦମ୍‌ ନଥିବା ଦର୍ଶାଇ ଏସବୁ ଦେଖି ବି ନ ଦେଖିଲା ପରି ଚୁପ ରହିବା ଯୁକ୍ତିଯୁକ୍ତ କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe