ରାଉରକେଲା: କରୋନା ପ୍ରଥମ ଲହରରେ ମୃତ୍ୟୁବରଣ କରିଥିବା ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍)ର ଡାକ୍ତର ଛାତ୍ରୀ ପ୍ରୀୟାଂଶି କୁମାରୀଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିଛି। କୋଭିଡ୍ ଯୋଦ୍ଧା ବୀମା ଅଧିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି। ଗତକାଲି ପ୍ରୀୟାଂଶିଙ୍କ ବାପା ପ୍ରଜାପତି ପ୍ରସାଦ ସିଂହଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ସହାୟତା ରାଶି ଡିପୋଜିଟ୍ କରାଯାଇଛି। ଆର୍ଥିକ ସହାୟତା ମିଳିବାପରେ ପରିବାରବର୍ଗ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିହାର ଜାହାନାବାଦର ମୂଳବାସିନ୍ଦା ପ୍ରୀୟାଂଶି(୨୯) ଆଇଜିଏଚ୍ ଡିଏନ୍ବି ଦ୍ବିତୀୟ ବର୍ଷ ଛାତ୍ରୀ ଥିଲେ। ସେ ଆଇଜିଏଚ୍ରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସାସେବା ଯୋଗାଇବାରେ ନିୟୋଜିତ ଥିଲେ। ସବୁକିଛି ଠିକ୍ ଚାଲିଥିବାବେଳେ ସେପ୍ଟେମ୍ବର ୧୪ ତାରିଖରେ ସେ ସଂକ୍ରମଣର ଶିକାର ହୋଇଥିଲେ। ସଂକ୍ରମିତ ହେବାପରେ ଘରେ ସଙ୍ଗରୋଧରେ ଥିଲେ। ଆଇସୋଲେସନରେ ଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ସେପ୍ଟେମ୍ବର ୨୨ ତାରିଖରେ ଆଇଜିଏଚ୍ରେ ଭର୍ତ୍ତି ହୋଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ୨୩ ତାରିଖରେ ପ୍ରଥମେ ହାଇଟେକ୍ କୋଭିଡ୍ ହସପିଟାଲ ଓ ପରେ ଜୟ ପ୍ରକାଶ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୧୬ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us