ଜନ୍ମଦିନରେ ୫୧ଜଣ ଶୁଭେଛୁ କଲେ ରକ୍ତଦାନ

Advertisment
ଜନ୍ମଦିନରେ ୫୧ଜଣ ଶୁଭେଛୁ କଲେ ରକ୍ତଦାନ

ଚାନ୍ଦବାଲି: ଜନ୍ମଦିନ କିଏ କେଉଁ ଭଳି ପାଳନ କରୁଛି । ହେଲେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନଲାଗୁଣ୍ଡ ପଂଚାୟତ ଇଟୁଆ ଗାଁର ନୃସିଂହ ରାଉତ ତାଙ୍କ ଏକମାତ୍ର ପୁଅର ୧୦ମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । କୋଭିଡ ଯୁଦ୍ଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ସହାୟତା ଦେବା ସହିତ ରକ୍ତଦାନ ପରି ମହତ କାର୍ଯ୍ୟକ୍ରମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହିପରି ମହତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ଶିଶୁ ପୁତ୍ର ଆରିୟାନ ରାଉତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ପାଇଁ ଚେକ ଗ୍ରହଣ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ ।

ଭଦ୍ରକ ରେଡକ୍ରସ ଡାକ୍ତର ଶରତ ଆଚାର୍ଯ୍ୟ ଯୋଗଦାନ କରି ଆୟୋଜକଙ୍କ ଉତ୍ସାହିତ କରିଥିବା ବେଳେ ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ମିତାରିଖ ବଳ, ପରମେଶ୍ୱର ଦାସ, ସୁରେଶ ଦାସ, ଦୁର୍ଯ୍ୟଧାନ ରାଉତ, ସନାତନ ବିଶ୍ୱାଳ, ସୁକାନ୍ତ ବାରିକ, ଦୈତ୍ୟାରି ଦାସ, ରମେଶ ବିଶ୍ୱାଳ, ଧ୍ରୁବ ଚରଣ ବାରିକ, ଖିରୋଦ ମହାଳିକ,ସନାତନ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ବ୍ଲଡ଼ ବ୍ୟାଙ୍କ ଭଦ୍ରକ ଶାଖା ଲ୍ୟାବରେଟୋରି ମୁଖ୍ୟ ଟେକନିସିଆନ ରବୀନ୍ଦ୍ର ଜେନାଙ୍କ ତତ୍ୱାବଧାନରେ କାଉନସିଲର ରତିକାନ୍ତ ବଳ, ସହଯୋଗୀ ପ୍ରକାଶ ବେହେରା ପ୍ରମୁଖ ଶିବିରରୁ ୫୧ ୟୁନିଟ ରକ୍ତ ଦାନ ସଂଗ୍ରହ କରିଥିଲେ।

publive-image

ସମ୍ବାଦ ବ୍ଲକ ପ୍ରତିନିଧି ତଥା ଆମଓଡିଶା ସଂଯାଜକ ଅରୁଣ କାମର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ କବି ମହାଳିକ ଏସକ ସଂସୁଦିନ ନାରାୟଣ ନାୟକ, ଚନ୍ଦ୍ର କୁମାର ପତ୍ର,କାହ୍ନ ପତ୍ର, ମହେଶ୍ୱର ଦାସ,ପପୁନୁ କୁମାର ଦାସ, ମାନସ କୁମାର ବାରିକ, ନିରଞ୍ଜନ ବାରିକ, ଅଭୟ କୁମାର ସାହୁ,ଅଲେଖ ବାରିକ, ପ୍ରଦୀପ ମହାନ୍ତି, ଆଦିତ୍ୟ ଉଦୟ ବାରିକ, ଦିଲୀପ କୁମାର ବାରିକ, ଦୀପକ ଦାସ, ସଞ୍ଜୟ ନାୟକ, ସଚ୍ଚିଦାନନ୍ଦ ସାହୁ, ସଚ୍ଚିଦାନନ୍ଦ ଦାସ,ରମାକାନ୍ତ ବିଶ୍ୱାଳ, ସଂଜୀବ ନାୟକ, ମନୋଜ କୁମାର ନାୟକ, ତପନ କୁମାର ମହାନ୍ତି, ନବଘନ ମହାଳିକ, ପ୍ରଶାନ୍ତ କୁମାର ମହାଳିକ, ଗୋଲାମ ଗଛ ଖାଁ, ବିବେକ ବିଶ୍ୱାଳ, ମନୋଜ ଦାସ, ମଳୟ ଦାସ, ହରିଶ ନାୟକ, ସୁଧାକର ଦାସ, ରଞ୍ଜନ କୁମାର ବାରିକ, ପ୍ରମୋଦ ପଟ୍ଟନାୟିକ, ବସନ୍ତ କୁମାର ନାୟକ, ସରୋଜ କୁମାର ସାହୁ ନୃସିଂହ ରାଉତ, ପ୍ରିତମ ବାଳ, ଖଗେଶ୍ୱର ବାରିକ ତପନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe