ଲକ୍ ଡାଉନ ସମୟରେ ୫୧ ସୁରକ୍ଷିତ ମାତୃତ୍ୱ: ଗର୍ଭବତୀ ମା’ଙ୍କ ପାଇଁ ବାଲନ୍ଦାପଡା ମା’ଗୃହ ହୋଇଛି ସହାୟ

ଲକ୍ ଡାଉନ ସମୟରେ ୫୧ ସୁରକ୍ଷିତ ମାତୃତ୍ୱ: ଗର୍ଭବତୀ ମା’ଙ୍କ ପାଇଁ ବାଲନ୍ଦାପଡା ମା’ଗୃହ ହୋଇଛି ସହାୟ

ଫୁଲବାଣୀ: ସଂପ୍ରତି କରୋନା କଟକଣା ଲକ୍ ଡାଉନ ଚାଲିଛି। କରୋନା ସଂକ୍ରମିତକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରି କେହି ପଦାକୁ ବାହାରୁ ନାହାନ୍ତି। ଏଭଳି ସ୍ଥଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଦୁର୍ଗମ ବାଲନ୍ଦାପଡା ଅଞ୍ଚଳରେ ଥିବା ମା’ଗୃହ ଗର୍ଭବତୀ ମା’ଙ୍କ ପାଇଁ ବଡ ସହାୟ ହୋଇଛି। କରୋନା କଟକଣା ହେବା ଦିନଠୁ ଆଜି ସୁଦ୍ଧା ବାଲନ୍ଦାପଡା ଅଞ୍ଚଳର ୬୫ ଜଣ ଗର୍ଭବତୀ ମା’ ଆସି ମା’ଗୃହରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମା’ଗୃହରେ ୫୧ ଜଣ ସୁରକ୍ଷିତ ମାତୃତ୍ବ ଲାଭ କରିଛନ୍ତି। ରିକ୍ସ ଥିବାରୁ ବାକି ୮ ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରାଯାଇଛି।

ମା’ଗୃହରେ ରହୁଥିବା ଗର୍ଭବତୀ ମା’ଙ୍କର ସବୁ ପ୍ରକାର ସେବାଶ୍ରୁଶୁତା କରିବା ସହ କରୋନା ଭୟାବହତା ନେଇ ଦାୟିତ୍ବରେ ଥିବା କର୍ମଚାରୀ ପୁଷ୍ପିତା ସାହୁ, ସାମନ୍ତରୀ ଦିଗାଲ ଓ ଗୀତାଞ୍ଜଳି ସାହୁ ସଚେତନତା କରୁଛନ୍ତି। ଦୁର୍ଗମ ଓ ଅପହଞ୍ଚ ଇଲାକାରେ ନିରାପଦ ମାତୃତ୍ୱ ଓ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ନିମନ୍ତେ ୨୦୧୩ ମସିହାରୁ  ଜିଲ୍ଲା ସ୍ବାସ୍ଥ୍ୟ ମିଶନ ସହଯୋଗରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ବାତୀ ପକ୍ଷରୁ ବାଲନ୍ଦାପଡାରେ ମା’ଗୃହ କାମ କରି ଆସୁଅଛି। କରୋନା କଟକଣା ଲକ୍ ଡାଉନ ସମୟରେ ଗର୍ଭବତୀ ମା’ ଓ ମା’ଗୃହ କର୍ମଚାରୀ ସଚେତନ ଓ ସୁରକ୍ଷିତ ପାଇଁ  ନିୟମିତ ତଦାରଖ ହେଉଛି ବୋଲି ସ୍ବାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe