ଡିଏଚ୍‌ଏଚ୍‌ ସମ୍ମୁଖରୁ ୫୨ ହଜାର ଲୁଟ୍‌

Advertisment
ଡିଏଚ୍‌ଏଚ୍‌ ସମ୍ମୁଖରୁ ୫୨ ହଜାର ଲୁଟ୍‌

OrissaPOST

ସମ୍ବଲପୁର: ଟାଉନ୍‌ ଥାନା ଅଧୀନ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌) ସମ୍ମୁଖରୁ ଜଣେ ଯୁବକଙ୍କୁ ଆକ୍ରମଣ କରି ୫୨ ହଜାର ଟଙ୍କା ଲୁଟ୍‌ ହୋଇଛି। ସାକ୍ଷୀପଡ଼ାର ଅମରେଶ ବେବର୍ତ୍ତା ଏହି ଲୁଟ୍‌ର ଶିକାର ହୋଇଛନ୍ତି। ସେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ କମ୍ପାନିର ୫୨ ହଜାର ଟଙ୍କା ନେଇ ଯାଉଥିଲେ।

ଡିଏଚ୍‌ଏଚ୍‌ ସମ୍ମୁଖରେ ଶନିବାର ଦିନ ୧୧ଟା ପାଖାପାଖି ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟି ଫେରାର ହୋଇଯାଇଥିଲା। ଘଟଣା ବିଷୟରେ ପୁଲିସ ସ୍ବୀକାର କରିଥିବା ବେଳେ ଲିଖିତ ଅଭିଯୋଗ ହୋଇ ନଥିବାରୁ ମାମଲା ରୁଜୁ ହୋଇ ନଥିବା ପୁଲିସ ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe