କଳହାଣ୍ଡି:: କଳହାଣ୍ଡି ବଂଶଧାରା ନଦୀ ମଝିରେ ଫସି ରହିଥିବା ୫୧ ଜଣ ଶ୍ରମିକଙ୍କୁ ଏନଡିଆରଏଫ୍ ଟିମ୍ ଉଦ୍ଧାର କରିଛନ୍ତି । ବାଲି ଘାଟରୁ ଗାଡିରେ ବାଲି ଲୋଡିଂ କରୁଥିବା ବେଳେ ହଠାତ ବଂଶଧାରାର ଜଳସ୍ତର ବୃଦ୍ଧି ପାଇଯାଇଥିଲା। ଫଳରେ ନଦୀ ମଝିରେ ୫୧ ଜଣ ଶ୍ରମିକ ଫସି ଯାଇଥିଲେ। ଓଡିଶାର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୀମାନ୍ତବର୍ତ୍ତୀ ଆନ୍ଧ୍ର ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି ବୋଲି କୁହାଯାଇଛି।
ସେପଟେ କଳାହାଣ୍ଡିରେ ବର୍ଷା ଯୋଗୁଁ ହାତୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ମଦନପୁର-ରାମପୁର ବ୍ଲକ ଗୋଡଘଡା ଠାରେ ମଧ୍ୟ ରାସ୍ତା ଧୋଇଯାଇଛି । ୫୯ ଜାତୀୟ ରାଜପଥରେ ଯାତାୟାତ ଠପ ହୋଇଯାଇଛି। ସେହିପରି ଲାଂଜିଗଡରେ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ରାସ୍ତା ଧୋଇଯାଇଛି । ଭବାନୀପାଟଣା ମ୍ୟୁନିସପାଲଟିର ତଳିଆ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
କେବଳ କଳାହାଣ୍ଡି ନୁହେଁ ଲଗାଣ ବର୍ଷା ଯୋଗୁଁ କୋଣାର୍କ ମନ୍ଦିରରେ ପଶିଛି ପାଣି । ସୂର୍ଯ୍ୟମନ୍ଦିରର ଚାରିପଟେ ପାଣି ଜମି ରହିଥିବାରୁ ପର୍ଯ୍ୟଟକମାନେ ପାଣି ଭିତରେ ପଶି ବୁଲୁଛନ୍ତି । ସେହିପରି ବ୍ରହ୍ମଗିରି ଅଲରାନଥ ମନ୍ଦିର ପରିସରରେ ମଧ୍ୟ ପାଣି ଜମା ହୋଇ ରହିଛି । ପୁରୀରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ମାର୍କଣ୍ଡ ପୋଖରୀର ପାଚେରୀ ଭାଙ୍ଗି ଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/07/PHOTO-01000324.jpg)