କଟକ ସହରରୁ ଆଜି ୫୫ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୬ ଜଣ

Advertisment
କଟକ ସହରରୁ ଆଜି ୫୫ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୬ ଜଣ

କଟକ: ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୫୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିଲା ବେଳେ ୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ୨ ଜଣ ପୁରୁଷ (୫୫ ଓ ୮୧ ବର୍ଷ) ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଆକ୍ରାନ୍ତ ହୋଇଛନ୍ତି। ୬ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ତୁଳସୀପୁର ମୁସଲିମସାହିରୁ ୫୭ ଓ ୫୬ ବର୍ଷୀୟା ମହିଳା, ଭାନପୁରରୁ ଜଣେ ୩୧ ବର୍ଷିଅ ପୁରୁଷ, କଲେଜ ରୋଡ ନୂଆବଜାରରୁ ଜଣେ ୫୮ ବର୍ଷିଅ ପୁରୁଷ, ପୁରୁଣା ରାଉସପାଟଣାରୁ ଜଣେ ୬୫ ବର୍ଷୀୟା ମହିଳା ଓ ଗଣେଶ ଘାଟରୁ ଜଣେ ୩୮ ବର୍ଷିଅ ପୁରୁଷ।

ସୂଚନାଯୋଗ୍ୟ, କଟକ ସହରରେ ଏବେ ୧୦୦୪ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୧୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୪୮୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ମାଲଗୋଦାମର ବେହେରା ସାହିରୁ ଆଜି ପୁଣି ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୪ ଜଣ ମହିଳା ହୋଇଥିବା ବେଳେ ୮ ଜଣ ପୁରୁଷ। ଏଥିରେ ୫ ବର୍ଷର ୨ ଜଣ ବାଳିକା ଓ ୬୦ ବର୍ଷର ବୃଦ୍ଧ ମଧ୍ୟ ସାମିଲ ଅଛନ୍ତି। ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ଜୋନରୁ ଆଜି ୫ ଜଣ ମହିଳାଙ୍କ ସମେତ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ।

ସେହିପରି ପୂର୍ବରୁ ଚିହ୍ନଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନୂଆପଡ଼ାରୁ ୩ ଜଣ ମହିଳାଙ୍କ ସମେତ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋପାଳପୁରରୁ ଜଣେ ପୁରୁଷ ଓ ୬ଷ୍ଠ ବାଟାଲିଅନରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ନିକଟରେ ଅନ୍ୟ ଜିଲ୍ଲାରୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe