ଯାଜପୁର: ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ଆସିଲେ ୫୫ ପ୍ରବାସୀ

Advertisment
ଯାଜପୁର: ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ଆସିଲେ ୫୫ ପ୍ରବାସୀ

ଯାଜପୁର: ଆଜି ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାକୁ ୫୫ଜଣ ପ୍ରବାସୀ କୋଟା ଓ କେରଳକୁ ଫେରିଛନ୍ତି। କୋଟାରୁ ଫେରିଥିବା ୧୭ଜଣ ଇଂଜିନିୟର ଛାତ୍ରଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇ ପଠାଇ ଦିଆଯାଇଛି। ସେହିପରି କେରଳରୁ ଫେରି ଥିବା ୩୮ଜଣଙ୍କୁ ବିଭିନ୍ନ ବ୍ଲକର ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଆସନ୍ତାକାଲି ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଫେରିବାର କାର୍ଯ୍ୟକ୍ରମ ରହିଛି।

ଆଜି କୋଟାରୁ ଫେରିଥିବା ୧୭ଜଣ ଇଂଜିନିୟର ଛାତ୍ରଙ୍କ ଡୁବୁରୀ ଠାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ଛାତ୍ରମାନେ କୋଟାରୁ ପରୀକ୍ଷା କରି ପ୍ରମାଣପତ୍ର ଆଣିଥିବାରୁ ସେମାନଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଇଛି। ସେମାନେ ଗୃହ ସଙ୍ଗରୋଧରେ ରହିବେ ବୋଲି ପରାମର୍ଶ ଦିଆଯାଇଛି। ସେହିପରି କେରଳରୁ ଫେରିଥିବା ୩୮ଜଣ ପ୍ରବାସୀଙ୍କୁ ଖୋର୍ଦ୍ଧା ଜଟଣି ଷ୍ଟେସନରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀ ୨ଟି ବସ୍ ଓଡି -୦୫-୪୦୫୭ ଓ ଓଡି-୦୪ ସି- ୬୬୨୭ରେ ଜିଲ୍ଲାକୁ ଆଣିଥିଲେ। ଛତିଆ ଠାରେ ଏମାନଙ୍କର ପରୀକ୍ଷା କରାଯାଇଥିଲା। ପରେ ଏହି ପ୍ରବାସୀମାନଙ୍କୁ ସେମାନଙ୍କର ନିଜ ନିଜ ଗାଁରେ ଥିବ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଏହି ପ୍ରବାସୀଙ୍କ ମଧ୍ୟରେ ବଡ଼ଚଣା, ସୁକିନ୍ଦା, ଦଶରଥପୁର, ବିଂଝାରପୁର ଓ ଯାଜପୁର ଲୋକ ଥିବାର ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe