ବରଗଡ଼: ଶୁକ୍ରବାର ଭୋର୍ରେ ଅବକାରୀ ବିଭାଗ ଅମ୍ବାଭୋନା ନିକଟସ୍ଥ ଦ୍ୱାରୀ ଗାଁରେ ଅତର୍କିତ ଚଢ଼ଉ କରି ବିପୁଳ ଗଂଜେଇ ଜବତ କରିଛି। ଚଢ଼ଉ ବେଳେ ଦଶରଥ ବଢ଼େଇ ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ୫୬ କିଲୋ ଗଂଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ଜବତ ଗଂଜେଇ ଫୁଲବାଣୀ, ବୌଦ୍ଧ ଦେଇ ଛତିଶଗଡ଼କୁ ଚାଲାଣ କରିବା ପାଇଁ ରଖା ଯାଇଥିଲା। ଚଢ଼ଉ ବେଳେ ଭଟଲି ଉପନିରୀକ୍ଷକ ଚନ୍ଦନ ମଣ୍ଡଳ, ବରଗଡ଼ ଉପନିରୀକ୍ଷକ ପ୍ରମୋଦ ପଣ୍ଡା, ଗୋକୁଳ ଷଡ଼ଂଗୀ, ରାଜୀବ ଷଣ୍ଢ, କୃଷ୍ଣ ସାହୁ, ରାମେଶ୍ୱର ସାହୁ, ବିରେନ୍ଦ୍ର ପାନ୍ନା, ପାର୍ବତୀ ବୁଧିଆ, ଦିଲ୍ଲିପ ଦାଶ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us