Britannica
ଜଗତସିଂହପୁର ଟାଉନ୍: ଚଳିତବର୍ଷ ରାଜ୍ୟ ସରକାର ମଦ ଦୋକାନଗୁଡ଼ିକୁ ଟେଣ୍ତର ମାଧ୍ୟମରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାରେ ୧୯ଟି ଏଫ୍ଏଲ୍ (ଫରେନ୍ ଲିକର୍) ଓ ୧୧ଟି ସିସି (କଣ୍ଟ୍ରି ଲିକର) କାଉଣ୍ଟର ପାଇଁ ଟେଣ୍ତର ଆହ୍ବାନ କରାଯାଇଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ମୋଟ ୩୦ଟି କାଉଣ୍ଟର ପାଇଁ ୫୮୨ ଜଣ ଆବେଦନ କରିଛନ୍ତି। ଅର୍ଥାତ ଗୋଟଏ ମଦ ଦୋକାନ ପାଇଁ ହାରାହାରି ୨୦ ଜଣ ଆବେଦନ କରିଛନ୍ତି। ଯାହା ସାଧାରଣରେ ଚର୍ଚ୍ଚା ହେଉଛି। ଜିଲ୍ଲାରେ ହାତଗଣତି କେତେଜଣ ଲୋକଙ୍କ ହାତରେ ଅଧିକାଂଶ ମଦଦୋକାନ ବର୍ଷ ବର୍ଷ ଧରି ରହି ଆସିଥିଲା। କିନ୍ତୁ ଟେଣ୍ତର ହେବା ଫଳରେ ଏଥର ଦୋକାନଗୁଡ଼ିକ କାହା ହାତକୁ ଯିବ ତାକୁ ନେଇ ନାନା ଆଲୋଚନା ହେଉଛି। ତେବେ ଯେଉଁମାନେ ବର୍ଷ ବର୍ଷ ଧରି ବେପାର କରି ଆସୁଥିଲେ ସେମାନେ ଜିଲ୍ଲା ଓ ଜିଲ୍ଲା ବାହାରେ ଜଣେ ଜଣେ ଅନ୍ୟ ଲୋକଙ୍କ ନାମରେ ୩୦ରୁ ୫୦ଟା ଲେଖାଏ ପେପର ପକାଇଥିବା ଜଣାପଡ଼ିଛି।
ଏରସମା ମଦଦୋକନ ପାଇଁ ସର୍ବାଧିକ ୫୧ ଜଣ, ବାଲିକୁଦା-ଦଶବାଟିଆ ୪୮ ଜଣ, ବାଲିକୁଦା ବାଲିସାହି ୩୯ ଜଣ, ଜଗତସିଂହପୁର ୱାନ୍ ୩୭ ଜଣ, ଏରସମା-ଗୋଡା ୩୫ ଜଣ, ପାରାଦୀପ-ବାଲିତୁଠ ୩୨ ଜଣ, ରଘୁନାଥପୁର-ଟୁ ୩୧ ଜଣ, କୁଜଙ୍ଗ-ଟୁ ୨୯ ଜଣ, ତିର୍ତ୍ତୋଲ-ଟୁ କାଉଣ୍ଟର ପାଇଁ ୨୩ ଜଣ, ରଘୁନାଥପୁର–ଓଡ଼ପଡ଼ା ୨୨ ଜଣ, ପାରାଦୀପ–ଭୂତମୁଣ୍ତାଇ-ୱାନ୍ ୨୨ ଜଣ, ପାରାଦୀପ–ଅଠରବାଙ୍କୀ ପାଇଁ ୨୨ ଜଣ, ବାଲିକୁଦା ୧୮ ଜଣ, ତିର୍ତ୍ତୋଲ–ବୋଧେଇ ୧୬ ଜଣ, କୁଜଙ୍ଗ ୱାନ୍ ୧୪, କୁଜଙ୍ଗ–ମାଲହୁଙ୍କା ୧୪ ଜଣ, ପାରାଦୀପ ନମ୍ବର-ଟୁ ୧୪ ଜଣ, ରଘୁନାଥପୁର ୧୩ ଜଣ, ଏରସମା-ଗୋଡା ୱାନ୍ ୧୩ ଜଣ, ବିରିଡ଼ି–ମଧ୍ୟଶାସନ ୧୨ ଜଣ, ତିର୍ତ୍ତୋଲ–କଟରା ୧୧ ଜଣ, ପାରାଦୀପ–ବିଜୟଚନ୍ଦ୍ରପୁର ୧୦ ଜଣ, ପାରାଦୀପ–ଭୂତମୁଣ୍ତାଇ ୯ ଜଣ, ଜଗତସିଂହପୁର ୯ ଜଣ, ମହାଟୋଲ ୯ ଜଣ, ପାରାଦୀପ–ଷଣ୍ଢକୁଦ-ଟୁ ୭ ଜଣ, ତାଳପଡ଼ା ୭ ଜଣ, ତିର୍ତ୍ତୋଲ–ସଅଁରା ୬ ଜଣ, ତିର୍ତ୍ତୋଲ ୫ ଜଣ, ପାରାଦୀପ–ସେକ୍ଟର ୨୧, ୱାର୍ଡ ନମ୍ବର-୧ରେ ୪ ଜଣ ଆବେଦନ କରିଛନ୍ତି।
ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ସୂଚନା ଅନୁସାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଦିନ ୧୦ଟା ୩୦ରୁ ଲଟେରି ମାଧ୍ୟମରେ ମଦଦୋକାନ ଦିଆଯିବ। ତେବେ ଜିଲ୍ଲାପାଳଙ୍କ ସମେତ ପ୍ରାଶାସନିକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଏଥିସହ ଭିଡିଓ ସୁଟିଂ, ପୁଲିସ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି।
Follow Us