ଚୋରା ବନ୍ଧୁକ ରଖିବା ଅଭିଯୋଗରେ ୬ ଜଣ ଗିରଫ

ଚୋରା ବନ୍ଧୁକ ରଖିବା ଅଭିଯୋଗରେ ୬ ଜଣ ଗିରଫ

ସମ୍ବଲପୁର: ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍‌, ୩ଟି ଗାଡ଼ି (ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟି) ଓ ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମହମ୍ମଦ ସମଶେର ଓରଫ ପାଗଳା (୩୯), ମହମ୍ମଦ ମୌସିମ (୪୧), ମୁନୁ ପାଣ୍ଡେ (୨୩), ମୋହିତ ପାଶ୍ୱାନ (୨୦), ସନ୍ତୋଷ ମହାରଣା (୩୮) ଓ ମହମ୍ମଦ ଅହମ୍ମଦ (୪୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe