ପାଟଣାଗଡ଼ ସଅଁରା ପଡାରୁ ୬ଜଣଙ୍କ ମୃତଦେହ ଉଦ୍ଧାର ଘଟଣା : ମୃତଦେହରେ ଆଘାତ ଚିହ୍ନ; ହତ୍ୟା ସନ୍ଦେହ

Advertisment

ସାଇଣ୍ଟିଫିକ୍ ଟିମର ତଦନ୍ତ ଆରମ୍ଭ

ସାଇଣ୍ଟିଫିକ୍ ଟିମର ତଦନ୍ତ ଆରମ୍ଭ

ପାଟଣାଗଡ଼ ସଅଁରା ପଡାରୁ ୬ଜଣଙ୍କ ମୃତଦେହ ଉଦ୍ଧାର ଘଟଣା : ମୃତଦେହରେ ଆଘାତ ଚିହ୍ନ; ହତ୍ୟା ସନ୍ଦେହ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସଅଁରାପଡା କୁସୁମତଲର ଏକ ଘରେ ୬ଜଣଙ୍କ ମୃତଦେହ ପଡିଥିବା ଘଟଣା ସମଗ୍ର ଅ୍ଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୋଟିଏ ଘରେ କମ୍ବଳ ଘୋଡା ହୋଇ ପଡ଼ିଥିବା ୬ଟି ମୃତଦେହ ପଡ଼ିବା  ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଛି । ଘର ଭିତରକୁ ଯିବା ପାଇଁ ସାମ୍ବାଦିକମାନଙ୍କୁ ବାରଣ କରାଯାଇଛି। ଏହି ପରିବାରର ମୁଖ୍ୟ ବୁଲୁ ଜାନୀ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ସକାଳ ୧୦ ଟା ପର୍ଯ୍ୟନ୍ତ ବୁଲୁ ଜାନୀଙ୍କ ଘରୁ କେହି ବାହାରି ନ ଥିଲେ। ଏହାପରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଥାନାଧିକାରୀ ପ୍ରିୟଙ୍କା ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ତହସିଲଦାର ପୁଷ୍ପାଞ୍ଜଳୀ ପଣ୍ଡା, ବଲାଙ୍ଗୀରର ଅତିରିକ୍ତ ଏସପି, ସାଇଣ୍ଟିଫିକ ଟିମ୍ ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହଗୁଡ଼ିକୁ ଘୋଡା ଯାଇଥିବା କମ୍ବଳ ହଟାଇ ତଦନ୍ତ ଜାରି ରଖିଛନ୍ତି। ସମସ୍ତ ମୃତଦେହର ମୁଣ୍ଡରେ ଇନଜୁରି  ଚିହ୍ନ ବା ଆଘାତ ଚିହ୍ନ ରହିଥିବା ନେଇ ପାଟଣାଗଡ଼ ତହସିଲଦାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe