୬ ପରିବାରର ୧୬ ବଖରା ପାଉଁଶ

Advertisment

୨୦ ଲକ୍ଷର ସମ୍ପତ୍ତି ନଷ୍ଟ; ଜଳିଗଲା ସ୍କୁଟି, ଟେଣ୍ଟ୍‌ ସାମଗ୍ରୀ, ସୁନା ଗହଣା; ବିଦ୍ୟୁତ, ଅଗ୍ନିଶମ ବିଭାଗ ଅବହେଳାକୁ ନେଇ ରାସ୍ତାରୋକ

୨୦ ଲକ୍ଷର ସମ୍ପତ୍ତି ନଷ୍ଟ; ଜଳିଗଲା ସ୍କୁଟି, ଟେଣ୍ଟ୍‌ ସାମଗ୍ରୀ, ସୁନା ଗହଣା; ବିଦ୍ୟୁତ, ଅଗ୍ନିଶମ ବିଭାଗ ଅବହେଳାକୁ ନେଇ ରାସ୍ତାରୋକ

୬ ପରିବାରର ୧୬ ବଖରା ପାଉଁଶ

sambad

ରାଜନଗର: ସୋମବାର ବିଳମ୍ବିତ ରାତ୍ରିରେ ରାଜନଗର ଗାଁରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଏଥିରେ ୬ଟି ପରିବାରର ୧୬ ବଖରା ଘର ପାଉଁଶ ହୋଇଯାଇଛି। ୨୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି। ସ୍କୁଟି, ଟେଂଟ ସାମଗ୍ରୀ, ସୁନା, ରୂପା ଅଳଙ୍କାର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ସର୍ଟସର୍କିଟରୁ ଅଗ୍ନିକାଣ୍ତ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାର ଦେଢ ଘଂଟା ଯାଏ ବିଦ୍ୟୁତ ବିଚ୍ଛିନ୍ନ କରାଯାଇ ନ ଥିଲା କି ଅଗ୍ନିଶମ ବାହିନୀ ମାତ୍ର ୮ କିମି ଦୂରରୁ ଆସି ପହଞ୍ଚି ପାରିନଥିଲା।

ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗର ଏଭଳି ଅବହେଳା ଯୋଗୁଁ ଅଗ୍ନିକାଣ୍ତ ଭୟଙ୍କର ରୂପ ନେଲା ଓ କୌଣସି ସାମଗ୍ରୀ ଉଦ୍ଧାର କରାଯାଇପାରିଲା ନାହିଁ ବୋଲି ଅଭିଯୋଗ କରି ସ୍ଥାନୀୟ ଲୋକେ ଦୀର୍ଘ ୨ ଘଂଟା ଧରି ରାସ୍ତାରୋକ କରିଥିଲେ। ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ ଘଟଣା ସ୍ଥଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲେ। ଗତକାଲି ରାତି ପ୍ରାୟ ୧୨ଟାରେ ରାଜନଗର ଗାଁର ବଡଦାଣ୍ତର ନିତ୍ୟାନନ୍ଦ ମିଶ୍ରଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ତ ଘଟିଥିଲା। ଅଗ୍ନିକାଣ୍ତ ଏତେ ଭୟଙ୍କର ଥିଲାଯେ ପରିବାର ଲୋକେ ନିଆଁ ଧାସ ଦେଖିବା ବେଳକୁ ସାରା ଘରକୁ ନିଆଁ କବଳିତ କରିସାରିଥିଲା। ସ୍ଥାନୀୟ ଅଧିବାସୀ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ବିଦ୍ୟୁତ ବିଭାଗକୁ ବାରମ୍ବାର ଫୋନ କରିଥିଲେ ଓ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ। ତେବେ କେହି ଫୋନ ଉଠାଇ ନଥିଲେ। ସ୍ଥାନୀୟ ଲୋକ ରାତିରେ ୮ କିମି ଦୂର ଯାଇ ଅଗ୍ନିଶମ କର୍ମଚାରୀଙ୍କୁ କବାଟ ବାଡେଇ ଉଠାଇଥିଲେ।

publive-image sambad

ମାତ୍ର ସେତେବେଳକୁ ଦେଢ ଘଂଟା ବିଳମ୍ବ ହୋଇସାରିଥିଲା। ବିଦ୍ୟୁତ ବିଭାଗ ମଧ୍ୟ ଦେଢଘଂଟା ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲା। ସେତେବେଳକୁ ନିଆଁ ୬ଟି ପରିବାରକୁ କବଳିତ କରିସାରିଥିଲା। ଖବରକାଗଜ ବିତରକ ଭାବେ କାମ କରୁଥିବା ନିତ୍ୟାନନ୍ଦ ମିଶ୍ରଙ୍କ ୮ ବଖରା ଘର ସମେତ ସୁବାଶିଷ ମିଶ୍ର, ତ୍ରିଲୋଚନ ମିଶ୍ର, ରାଧାମୋହନ ମିଶ୍ର, ପ୍ରତାପ ମିଶ୍ର, ଜଗମୋହନ ମିଶ୍ରଙ୍କ ୮ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ତରେ ନିତ୍ୟାନନ୍ଦଙ୍କ ଗୋଟିଏ ସ୍କୁଟି , ୩ଟି ସାଇକଲ, ସମସ୍ତ ଆସବାସପତ୍ର ସମେତ ୧୨ ଭରଣ ଧାନ ଓ ଝିଅ ବାହାଘର ପାଇଁ ସାଇତି ରଖିଥିବା ସୁନା ଅଳଙ୍କାର ଏବଂ କଂସାବାସନ ପୋଡି ପାଉଁଶ ହୋଇଯାଇଛି।

ସେହିପରି ଜଗମୋହନ ମିଶ୍ରଙ୍କ ଟେଣ୍ଟ୍‌ ହାଉସ୍‌ର ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ସେହିପରି ଅନ୍ୟ ପରିବାରର ସମସ୍ତ ଆସବାସପତ୍ର, ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି। ବିପନ୍ନ ପରିବାର ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ରାଜନଗର ସରପଞ୍ଚ ଝୁନି ସେଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିବେକାନନ୍ଦ ମଲିକ ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହିତ ୩ଦିନ ପାଇଁ ରନ୍ଧାଖାଦ୍ୟ ନିମନ୍ତେ ସମସ୍ତ ସାମଗ୍ରୀ ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe