ଛତୁ ତରକାରୀ ଖାଇ ଅସୁସ୍ଥ ହେଲେ ପରିବାରର ୬ ସଦସ୍ୟ

Advertisment
ଛତୁ ତରକାରୀ ଖାଇ ଅସୁସ୍ଥ ହେଲେ ପରିବାରର ୬ ସଦସ୍ୟ

ଭଦ୍ରକ: ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ଅସୁସ୍ଥ ୬ ଜଣଙ୍କ ମଧ୍ୟରୁ ୪ ଶିଶୁ ଥିବା ଜଣାପଡିଛି | ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁରୁ ଏମିତି ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ରାହଞ୍ଜ ଗାଁର ଲକ୍ଷ୍ମୀପ୍ରିୟା ଓ କନକଲତାଙ୍କ ପରିବାରର ଲୋକେ ଛତୁ ଆଣି ରୋଷେଇ କରିଥିଲେ । ଛତୁ ଖାଇବା ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି । ଚାରି ଶିଶୁଙ୍କ ସମେତ ଦୁଇ ମହିଳା ମଧ୍ୟ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe