ଧରାପଡ଼ିଲେ ୬ ମୋବାଇଲ ଲୁଟେରା; ନାମିଦାମୀ କମ୍ପାନିର ୧୩ ମୋବାଇଲ ଜବତ

Advertisment
ଧରାପଡ଼ିଲେ ୬ ମୋବାଇଲ ଲୁଟେରା; ନାମିଦାମୀ କମ୍ପାନିର ୧୩ ମୋବାଇଲ ଜବତ

Sambad

ଭୁବନେଶ୍ବର: ପୁଲିସ ହାତରେ ୬ ଜଣ ମୋବାଇଲ ଲୁଟେରା ଧରାପଡ଼ିଛନ୍ତି। ପୁଲିସ ସେମାନଙ୍କ ଠାରୁ ନାମିଦାମୀ କମ୍ପାନିର ୧୩ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ଭାଗ୍ୟବନ୍ତ ମିଶ୍ର, ସାଗର ବିଶୋଇ, ଜିତେନ୍ଦ୍ର ସାହୁ, ଦୂର୍ଗା ଶଙ୍କର ମାଝୀ, ସତ୍ୟଜିତ ମହାନ୍ତି ଓ ଜ୍ଞାନ ରଞ୍ଜନ ଚମ୍ପତି।

ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ପୋଖରୀପୁଟ ଠାରେ ଶ୍ୟାମସୁନ୍ଦର ସରକାର ନାମକ ଜଣେ ବ୍ୟକ୍ତି ଠାରୁ ଲୁଟେରାମାନେ ମୋବାଇଲ ଲୁଟି ନେଇଥିଲେ। ଏନେଇ ଶ୍ୟାମସୁନ୍ଦର ଦୁଇ ଜଣ ବାଇକ ମୋବାଇଲ ଲୁଟେରାଙ୍କ ବିରୋଧରେ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ।

ପରେ ଏୟାରପେର୍ଟ ଥାନା ପୁଲିସ ତଦନ୍ତ କରି ୬ ମୋବାଇଲ ଚୋରଙ୍କୁ ଠାବ କରି ୧୩ଟି ନାମିଦାମୀ କମ୍ପାନିର ମୋବାଇଲକୁ ଜବତ କରିଛି।  ପୂର୍ବରୁ ଅଭିଯୁକ୍ତଙ୍କର ନାଁରେ ଖଣ୍ତଗିରି, ଜଟଣୀ ଥାନାରେ ମଧ୍ୟ ମୋବାଇଲ ଚୋରି ନେଇ ଅଭିଯୋଗ ରହିଥିଲା ବୋଲି ପୁଲିସ ସୂଚନା ଦେଇଛି। ଆଜି ଏୟାର‌ର୍ପୋଟ ଥାନା ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe