ବନ୍ୟା ପାଣିରେ ଭାସିଯାଉଥିବା ବେଳେ ୬ଜଣଙ୍କୁ ଉଦ୍ଧାର କଲେ  ଗ୍ରାମବାସୀ 

Advertisment
ବନ୍ୟା ପାଣିରେ ଭାସିଯାଉଥିବା ବେଳେ ୬ଜଣଙ୍କୁ ଉଦ୍ଧାର କଲେ  ଗ୍ରାମବାସୀ 

ବାରିପଦା/ସାରସକଣା : ମୟୂରଭଞ୍ଜ ଜିଲ୍ଲା ଶୀର୍ଷା ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ସୁବର୍ଣ୍ଣରେଖା ନଈରେ ଭାସି ଯାଉଥିବା ବେଳେ ଛଅ ଜଣଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଡ଼ଙ୍ଗା ନେଇ ନଦୀ ଆର ପଟକୁ ଆମ୍ବ ଆଣିବାକୁ ଯାଉଥିବା ବେଳେ ହଠାତ୍ ନଈରେ ପାଣି ମାଡି ଆସିଥିଲା। ତେଣୁ ଦୁଇ ପର୍ଯ୍ୟାୟରେ ୬ ଜଣ ନଈ ଭିତରେ ଫସିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତୋଟାସାହି  ଗାଁରେ ।

ଆଜି ସଂଧ୍ୟା ପୂର୍ବରୁ ସୁବର୍ଣ୍ଣରେଖା ନଈରେ ହଠାତ୍ ବଢି ପାଣି ମାଡି ଆସିଥିଲା ।   ନଈ ଭିତରେ ରହି ଯାଇଥିବା ୬ଟି ଡଙ୍ଗାକୁ ନଈ କୂଳ କୁ ଆଣିବା ପାଇଁ ଚାରି ଜଣ ନଈ ଭିତରକୁ ଯାଇଥିଲେ । ମାତ୍ର ପାଣି ଏତେ ବଢି ଯାଇଥିଲା ଯେ ସେମାନେ କୂଳ କୁ ଫେରି ପାରି ନ ଥିଲେ ନଇ ଭିତରୁ ଡାକ ଛାଡ଼ିବା ପରେ ଗ୍ରାମବାସୀ ଏକଜୁଟ ହୋଇ ରସି ଫିଙ୍ଗି ଥିଲେ  । ଗ୍ରାମବାସୀ କୂଳରୁ ରସି ସହାୟତା ରେ ୪ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହାଇଥିବା ଲୋକ ହେଲେ ତାଟସାହି ଗ୍ରାମର ରବି ସିଂ(୨୧),ଝଣ୍ଟୁ  ସିଂ(୧୯),ରାଜେନ୍ଦ୍ର ରାଉତ(୫୬),ଦେବେନ୍ଦ୍ର ରାଉତ(୪୫)ହଡିବନ୍ଧୁ ଦାସ(୬୦),ଗୁରୁପ୍ରସାଦ ଦାସ(୫୦) । ସେ‌ହି ପରି ଅନ୍ୟ ଦୁଇ ଜଣ ଭାସି ଯାଉଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି । ଉଦ୍ଧାର ସମସ୍ତ ବ୍ୟକ୍ତି ଆଖ ପାଖ ଅଞ୍ଚଳର ହୋଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି । ତେବେ ଭାସି ଯାଇଥିବା ଅନ୍ୟ ଦୁଇ ଜଣ କୋଉ ଅଞ୍ଚଳର ତାହା ଜଣା ପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe