ଅମରନାଥରେ ଫସିଥିଲେ, ସୁରକ୍ଷିତ ଭାବେ ଫେରିଲେ ୬ ତୀର୍ଥଯାତ୍ରୀ

ଅମରନାଥରେ ଫସିଥିଲେ, ସୁରକ୍ଷିତ ଭାବେ ଫେରିଲେ ୬ ତୀର୍ଥଯାତ୍ରୀ

ରେଢ଼ାଖୋଲ: ଅମରନାଥରେ ‌ଫସି ରହିଥିବା ରେଢ଼ାଖୋଲର ୬ ଜଣ ତୀର୍ଥଯାତ୍ରୀ ସୁରକ୍ଷିତ ‌ଭାବେ ଫେରିଛନ୍ତି। ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ମନୋଜ ରାୟ, ରାମଶରଣ ଅଗ୍ରୱାଲ, ସରୋଜ ଦାସ, ନରେନ୍ଦ୍ର ଦେଓ, ବାପୁ ପୃଷ୍ଠେ୍‌ ଓ ଅନ୍ତର୍ଯ୍ୟାମୀ ସାହୁ ଅମରନାଥ ଯାତ୍ରା କରିଥିଲେ। ଅମରନାଥ ଶିବ ଲିଙ୍ଗ ଦର୍ଶନ ସାରି ବାଲଟାକକୁ ଫେରିଥିଲେ। ସେମାନେ ଶ୍ରୀ ନଗରରୁ ଜମ୍ମୁ ଯିବା ରାସ୍ତାରେ ୭ ତାରିଖରେ ବାଦଲ ଫଟା ବର୍ଷା ଆରମ୍ଭ ହୋଇଥିଲା। ପ୍ରଳୟଙ୍କାରୀ ବନ୍ୟାରେ ରାସ୍ତାଘାଟ ଧୋଇ ହୋଇ ଯାଇଥିଲା।

ଫଳରେ ସେମାନେ ଶ୍ରୀନଗର ବିଏସ୍‌ଏଫ୍‌ କ୍ୟାମ୍ପକୁ ଯାଇ ଆଶ୍ରୟ ନେଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯିବାଆସିବା ପାଇଁ କଟକଣା ଲଗାଯାଇଥିଲା। ସେମାନେ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏସ୍‌ଏଫ୍‌ କ୍ୟାମ୍ପରେ ରହିଥିଲେ। ୧୧ ତାରିଖ ଦିନ ଫ୍ଲାଇଟ୍‌ ଯାଉଥିବା ଖବର ପାଇଥିଲେ। ମାତ୍ର ଫ୍ଲାଇଟ୍‌ ଟିକଟ ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିଲା। ‌ତେଣୁ ଚିନ୍ତାରେ ପଡ଼ି ଯାଇଥିଲେ। ପରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ପରିବାର ପକ୍ଷରୁ ଫ୍ଲାଇଟ୍‌ ଟିକଟ ପାଇଁ ଟଙ୍କା ପଠାଇବା ପରେ ସେମାନେ ସୁରକ୍ଷିତ ଭାବେ ବୁଧବାର ଘରକୁ ଫେରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe