Odisha News Insight
ବରପାଲି: ବରପାଲି ବ୍ଲକ୍ କଦଳୀପାଲି ଗ୍ରାମର ଋଷଭ ପ୍ରଧାନଙ୍କ ଖଳାରୁ ୬୦ ବସ୍ତା ଧାନ ଚୋରି େହାଇଥିବା ଥାନାରେ ଅଭିଯୋଗ ହୋଇଛି। କଦଳୀପାଲି ପେଟ୍ରୋଲ ପମ୍ପକୁ ଯାଇଥିବା ରାସ୍ତା କଡ଼ରେ ଶ୍ରୀ ପ୍ରଧାନ ତାଙ୍କ ଖଳାରେ ସବୁତକ ଧାନ ବିଲରୁ ଉଠାଇ ବସ୍ତାରେ ଭର୍ତି କରି ରଖିଥିଲେ। ଗତ ୧୨ ତାରିଖ ମଧ୍ୟରାତ୍ରରେ ଦୁର୍ବୃତ୍ତମାନେ ୬୦ ବସ୍ତା ଧାନ ଉଠାଇ ନେଇ ଫେରାର ହୋଇଯାଇଥିଲେ।
ଅଭିଯୋଗ ପରେ ବରପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏପରିକି ନିକଟରେ ଥିବା ଫାଟକରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କଲା ପରେ ଏକ ପିକଅପ୍ ଭ୍ୟାନରେ ଧାନ ବୋଝେଇ କରି ନେଉଥିବା ଜଣାପଡିଥିଲା। ହେଲେ ଗାଡ଼ି ନମ୍ବର ଜଣାପଡୁ ନଥିବା ପୁଲିସ କହିଛି। ଏନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
Follow Us