କେରଳରେ ଫସିଛନ୍ତି ନବରଙ୍ଗପୁର-କୋରାପୁଟର ୬୦ରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକ

Advertisment

ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲେ

ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲେ

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା କରନ୍ତୁ : ଗୃହ ମନ୍ତ୍ରଣାଳୟ

ନବରଙ୍ଗପୁର: କରୋନାର ମୁକାବିଲା ପାଇଁ ଘୋଷଣା ହୋଇଛି ଲକ୍‌ଡାଉନ୍‌। ମାର୍ଚ୍ଚ ୨୪ ତାରିଖ ଠାରୁ ଘୋଷଣା ହୋଇଥିବା ଏହି ଲକ୍‌ଡାଉନ୍‌ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୁ ବାହରକୁ ଆସିଲେ ପୁଲିସ ମାଡ। ଏପରି ଅବସ୍ଥାରେ ନବରଙ୍ଗପୁର ଓ କରୋପୁଟ ଜିଲ୍ଲାର ୬୦ ରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକ କେରଳରେ ଫସିରହିଛନ୍ତି। ସେମାନେ ଭିଡିଓ ମାଧ୍ୟମରେ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି।

ଶ୍ରମିକମାନେ ନିଜେ ଏକ ଭିଡିଓ ଜାରି କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। କେରଳରେ ଫସିରହିଥିବା ଏହି ଦାଦନ ଶ୍ରମିକମାନେ କହିଛନ୍ତି ଯେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କାମଧନ୍ଦା ମିଳୁ ନ ଥିବାରୁ ପରିବାର ପୋଷିବା ପାଇଁ କେରଳ ଆସିଥିଲୁ। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଗୃହାବଦ୍ଧ ଘୋଷଣା କରିଛନ୍ତି। ଯାହା ଫଳରେ ଗତ ୨୨ ତାରିଖରେ ସେମାନେ ଯେଉଁ ଘରୋଇ ସଂସ୍ଥାରେ କାମ କରୁଥିଲେ ସେହି ସଂସ୍ଥାରେ କାମ ବନ୍ଦ ହୋଇଗଲା।

ଦାଦନ ଶ୍ରମିକମାନେ ୨୨ ତାରିଖ ଠାରୁ ଆମ୍ଭେ କେରଳର ସାରାପୁରମ ଜିଲ୍ଲାର କୁଟିବାଲ ଗାଁରେ ଫସିରହିଛନ୍ତି। ସେମାନଙ୍କ ପାଖରେ ଅର୍ଥ ନାହିକି ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନାହିଁ। ଏପରିସ୍ଥଳରେ କିପରି ଭାବେ ଦିନ କାଟିବେ ସେ ନେଇ ଚିନ୍ତାରେ ରହିଥିବାର କହିଛନ୍ତି। ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡୁଛି। ରାସ୍ତାକୁ ବାହାରିଲେ ପୁଲିସ ମାଡ ମାରୁଛି। ଏପରି ଅବସ୍ଥାରେ ଏପରି କିପରି ସମୟ କାଟିବେ ସେ ନେଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe