୩୦ ଲିଟର ଦେଶୀ-ବିଦେଶୀ ମଦ ଜବତ, ୨ ଅଭିଯୁକ୍ତ ଗିରଫ

୩୦ ଲିଟର ଦେଶୀ-ବିଦେଶୀ ମଦ ଜବତ, ୨ ଅଭିଯୁକ୍ତ ଗିରଫ

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଶିତିଲିଖଲିଆ ଓ କପିଆ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ଜବତ୍ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। କୌଣସି ସୁତ୍ରରୁ ଖବର ପାଇଁ ସିନାପାଲି ଅବକାରୀ ବିଭାଗ ସବ୍ଇନ୍ସପେକ୍ଟର ଗଦାଧର ମହାରଣାଙ୍କ ନେତୃତ୍ବରେ ଏକ ଟିମ ଶିତିଲିଖଲିଆ ଓ କପିଆ ଗ୍ରାମରେ ଚଢ଼ାଉ କରିଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଶିତିଲିଖଲିଆ ଗ୍ରାମର ଗୋଲାପି ଭୋଇ (୩୩) ଓ କପିଆ ଗ୍ରାମର ଦୁଲଜାନି (୫୫)। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୧୫ ଲିଟର ମହୁଲି ରନ୍ଧା ମଦ, ୧୫ଲିଟର ୮ଶହ ବିଦେଶୀ ମଦ ଜବତ କରିଥିବା ବେଳେ ୬୦ କିଲୋ ମହୁଲି ପୋଚ ନଷ୍ଟ କରାଯାଇଛି।

ଚଢ଼ାଉ ସମୟରେ ଶ୍ରୀ ମହାରଣା, ସିନାପାଲି ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସିନାପାଲି ଲକ୍ଷ୍ମଣ ମାଝି, ଇନିସପେକ୍ଟର ଇରାବତୀ ହାତି, ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସିନାପାଲି ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋଟ୍ ଚାଲାଣ କରିଥିବା ଅବକାରୀ ବିଭାଗରୁ ସୂଚନା ମିଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe