କାଠ କୋଇଲା ପାଇଁ ଜଙ୍ଗଲ ସଫା: ମେଲାଣ ଗ୍ରାମରୁ ୬୦ ବସ୍ତା ଅଙ୍ଗାର ଜବତ

Advertisment
କାଠ କୋଇଲା ପାଇଁ ଜଙ୍ଗଲ ସଫା: ମେଲାଣ ଗ୍ରାମରୁ ୬୦ ବସ୍ତା ଅଙ୍ଗାର ଜବତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଉପରଡିହା ପଞ୍ଚାୟତ ମେଲାଣ ଗ୍ରାମରେ ବନ ବିଭାଗ ଚଢ଼ଉ କରି ୬୦ ବସ୍ତା ଅଙ୍ଗାର (କାଠ କୋଇଲା) ଜବତ କରିଛି। ଜବତ ଅଙ୍ଗାରର ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ମେଲାଣ ଗ୍ରାମର ରାସ୍ତାକଡ଼ରେ ଥିବା ମାଙ୍କେଡ଼ିଆସାହି ଓ ନାଏକସାହିର ଲୋକଙ୍କ ବାଡ଼ିପଟେ ଅଙ୍ଗାର ବସ୍ତା ଗଦା ହୋଇଥିଲା। ଚଢ଼ଉ ବେଳେ ସମ୍ପୃକ୍ତ ଲୋକେ ଘରଦ୍ୱାର ଛାଡ଼ି ଫେରାର ହୋଇଯାଇଥିଲେ।

ସୂଚନାଯୋଗ୍ୟ, କିଛିବର୍ଷ ହେଲା ମେଲାଣ ଓ ଆଖପାଖ ଗ୍ରାମର ଲୋକେ ଜଙ୍ଗଲରୁ ଶାଳଗଛ କାଟି ତାକୁ ଦରପୋଡ଼ା କରିବା ପରେ ଅଙ୍ଗାର ପ୍ରସ୍ତୁତ କରି ଯାଜପୁର, କଟକ, ଭଦ୍ରକ, ପାଣିକୋଇଲି ଓ ଭୁବନେଶ୍ୱର ଚାଲାଣ କରୁଥିଲେ। ବିଶେଷ କରି କୋଠାବାଡ଼ି ନିର୍ମାଣ ବେଳେ ଆର୍ଥିଙ୍ଗ ପାଇଁ ଏହି ଅଙ୍ଗାରକୁ ବ୍ୟବହାର କରାଯାଇଥାଏ। ଘଟଗାଁ ରେଞ୍ଜ ଅଫିସର ପ୍ରଭାତ କୁମାର କୁଅଁରଙ୍କ ନିର୍ଦେଶକ୍ରମେ ବନପାଳ ଶ୍ରୀମନ୍ତ ବେହେରା, ବନରକ୍ଷୀ ଖଗେଶ୍ୱର ରାଉତ, ନାଲମତି ଜେନା ଓ ପାରା କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe