ଛଅ ଶହ ଯୋଦ୍ଧା ନେଲେ ମହୌଷଧି

Advertisment
ଛଅ ଶହ ଯୋଦ୍ଧା ନେଲେ ମହୌଷଧି

Sambad

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ବହୁ ପ୍ରତୀକ୍ଷିତ କରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଜିଲ୍ଲାର ୬ଟି କେନ୍ଦ୍ରରେ ୬୦୦ ଜଣଙ୍କୁ ଟିକା ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଶତପ୍ରତିଶତ ସଫଳ ହୋଇଛି। ଆଜି ୬୦୦ ଜଣ ଟିକା ନେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶହେ ଜଣ, ପଟ୍ଟାମୁଣ୍ତାଇ ସବ୍‌ଡିଭିଜନାଲ ଡାକ୍ତରଖାନାରେ ୧୦୦, ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୦, ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୦, ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶହେ ଓ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାଦାନ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଉଦଘାଟନ କରି ଆଜି ଆମ ସମସ୍ତଙ୍କ ପାଇଁ ଐତିହାସିକ ଦିନ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡକ୍ଟର ଅନିତା ପଟ୍ଟନାୟକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର କିଶୋର ଚନ୍ଦ୍ର ମିଶ୍ର ପ୍ରଥମେ ଟିକା ନେଇଥିଲେ।

publive-image Sambad

ଟିକାଦାନ କେନ୍ଦ୍ରରେ ୩ଟି ଗୃହ ପ୍ରସ୍ତୁତ କରାଯାଇଥିଲା। ଟିକାଦାନ କେନ୍ଦ୍ରରେ ଜଣେ ପହଂଚିବା ପରେ ତାଙ୍କୁ ପ୍ରତୀକ୍ଷା ଗୃହକୁ ନେଇ ବସାଯାଇଥିଲା। ଏହା ପରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ଅନଲାଇନ୍‌ରେ ସଂରକ୍ଷିତ ରଖାଯାଇଥିଲା। ପରେ ଟିକାଦାନ ଗୃହକୁ ନିଆଯାଇ ଟିକା ଦିଆଯାଇଥିଲା। ଏହା ପରେ ତାଙ୍କୁ ଅବଜରଭେସନ ରୁମରେ ଅଧ ଘଂଟା ବସା ଯାଇ ପାର୍ଶ୍ବ ପ୍ରତିକ୍ରିୟା ଅନୁଧ୍ୟାନ କରାଯାଇଥିଲା।
ଉଲ୍ଲେଖ ଥାଉ କି, ୧୩ ତାରିଖ ଦିନ ପ୍ରଥମ ଦଫାରେ କେନ୍ଦ୍ରାପଡା ଜିଲ୍ଲାକୁ ୫୫୦୦ ଡୋଜ୍‌ କୋଭାସିଲ୍ଡ ଟିକା ଆସିଥିଲା। ଜିଲ୍ଲାରେ ପ୍ରଥମ ଦଫାରେ ୮୦୩୨ ଜଣଙ୍କୁ ୫୬ଟି କେନ୍ଦ୍ରରେ ଟିକା ଦେବା ପାଇଁ ତାଲିକା ପ୍ରସ୍ତୁତି ହୋଇଥିଲା। ଟିକା ଆସିବା ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ପଟ୍ଟାମୁଣ୍ତାଇ, ରାଜନଗର, ପାଟକୁରା, ରାଜକନିକା, ଡେରାବିଶ ପ୍ରଭୃତି ୬ଟି ମେଡିକାଲରେ ୨୧୩୩ ଜଣଙ୍କୁ ଟିକା ଦେବା କାର୍ଯ୍ୟ ଆରମ୍ଭ ହୋଇଛି। ୨୧୩୩ ଜଣଙ୍କୁ ଟିକା ଦିଆଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଆଜି ଟିକା ନେଇଥିବା ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe