ଇରିଙ୍ଗାଝରଣ ବେସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଶାସନର ଚଢ଼ାଉ: ୬୨ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର

ଇରିଙ୍ଗାଝରଣ ବେସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଶାସନର ଚଢ଼ାଉ: ୬୨ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍‌ ଗଡ଼ପଳାଶୁଣି ପଞ୍ଚାୟତ ଇରିଙ୍ଗାଝରଣ ବେସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଶାସନର ଚଢ଼ାଉ କରିଥିଲା। ଏହି ଆଶ୍ରମରୁ ୬୨ଜଣ ଛାତ୍ରଛାତ୍ରୀଙ୍କୁ ଶିଶୁ ସୁରକ୍ଷା ଟିମ୍‌ ଉଦ୍ଧାର କରିଛି। ତେବେ ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍‌ ଗଡ଼ପଳାଶୁଣି ପଞ୍ଚାୟତ ଇରିଙ୍ଗାଝରଣ ଠାରେ ଥିବା ବେସରକାରୀ ଲକ୍ଷ୍ମୀନାରାୟଣ ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ର ସମ୍ବୁନାଥ ନାୟକଙ୍କର ଗତ ୨ ତାରିଖରେ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ଆଣିଥିଲେ ତାଙ୍କୁ କାମାକ୍ଷାନଗର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଏଠାରେ ପହଞ୍ଚିବା ବେଳକୁ ସମ୍ବୁନାଥ ନାୟକଙ୍କ ମୃତ୍ୟୁ ହୋଇଯାଇଥିଲା। ସମ୍ବୁନାଥଙ୍କର ଘର କେନ୍ଦୁଝର ଜିଲ୍ଲା ଯୋଡାରେ ବୋଲି ଜଣାପଡ଼ିଛି।

ଏହାପରେ ପ୍ରଶାସନ ତରଫରୁ ଚଢ଼ାଉ ତଦନ୍ତ ଆରମ୍ଭ ହୋଇଥିବା। ଏହି ଚଢ଼ାଉ ପରେ ଜାଣିବାକୁ ମିଳିଥିଲା କି ବିଦ୍ୟାଳୟ ଟି ବେନିୟମ ଭାବେ ଚାଲୁଛି। ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ୫ମାସ ପୂର୍ବରୁ ନୋଟିସ ଦେଇଥିଲେ ମଧ୍ୟ ନୋଟିସକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଗ୍ରହଣ କରି ନଥିଲା, ଯାହାକୁ ନେଇ ତଦନ୍ତ ଜୋର ଧରିଥିଲା।

publive-image

ଏହାକୁ ନେଇ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଟିମ୍‌ର ଅନୁଷ୍ଠାନ ଯତ୍ନ ଅଧିକାରୀ କ୍ଷୀରୋଦ କୁମାର ବେହେରା, ସାମଜିକ କର୍ମୀ ଚିନ୍ମୟ ଆଚାର୍ଯ୍ୟ, ଲିଗାଲ ସେଲର ପ୍ରଦୀପ୍ତ କୁମାର ସାହୁ,ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରତାପ କୁମାର ଆଚର୍ଯ୍ୟ ସଭ୍ୟ ନିଞ୍ଜନ ମିଶ୍ର, ସଭ୍ୟ ଭାନୁମତି ପାଣି, କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କଙ୍କଡାହାଡ ବ୍ଲକ୍‌ ଶିକ୍ଷା ଅଧିକାରୀ ହରିହର ଦେହୁରୀ, ପରଜଙ୍ଗ ଥାନା ଅଧିକାରୀ ଆନନ୍ଦ ଚରଣ ଡୁଙ୍ଗୁଡୁଙ୍ଗୁ, ପରଜଙ୍ଗ ତହସିଲଦାର ଜୟନ୍ତ କୁମାର ଯୟସିଂହ, କଙ୍କଡାହାଡର ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା, କଙ୍କଡ଼ାହାଡ ବିଡିଓ ଦେବଦତ ମହାନ୍ତି, କଙ୍କଡାହାଡ ତସିଲଦାର ସୁଜାତା ସୁଭଦର୍ଶନୀ ଯାଇ ଚଢ଼ାଉ କରି ବିଦ୍ୟାଳୟରେ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀର ସମୁଦାୟ ୬୨ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଏକ ସ୍ୱତନ୍ତ୍ର ବସରେ ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଟିମ୍‌କୁ ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କୁ ଯୋଗାଯୋଗ କରାଯାଇ ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ପାଠ ପଢ଼ା ଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଛାଡ଼ିବା ବେଳକୁ ଭାବବିହ୍ଵଳ ହୋଇଯାଇ କନ୍ଦାକଟା କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe