ରାୟଗଡ଼ାର ସ୍ଥିତି ଟଳମଳ: ଆକ୍ରାନ୍ତ ୬୨୪, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା 

Advertisment

ରାୟଗଡ଼ା, ଗୁଡାରି ଥାନାର ୧୪ ପୁଲିସ୍ କର୍ମଚାରୀ ଆକ୍ରାନ୍ତ

ରାୟଗଡ଼ା, ଗୁଡାରି ଥାନାର ୧୪ ପୁଲିସ୍ କର୍ମଚାରୀ ଆକ୍ରାନ୍ତ

ରାୟଗଡ଼ାର ସ୍ଥିତି ଟଳମଳ: ଆକ୍ରାନ୍ତ ୬୨୪, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା 

ରାୟଗଡ଼ା: ରାୟଗଡ଼ାରୁ ଆଜି ଆଉ ୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ଼ା, ଗୁଡ଼ାରି ଥାନାର ୧୪ ପୁଲିସ୍ କର୍ମଚାରୀ ରହିଛନ୍ତି। ଦୁଇ ଦିନରେ ୨୬ ପୁଲିସ୍ କର୍ମଚାରୀ ଆକ୍ରାନ୍ତ ହେବା ପରେ ବଢ଼ିଛି ଚିନ୍ତା। ଅନ୍ୟପକ୍ଷରେ ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ହୋମ୍ କ୍ବାରାଣ୍ଟିନରେ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। କିଛି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଗୁଣପୁର, ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଘରେ ରହି ଚିକିତ୍ସା ହେଉଛନ୍ତି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୭ ପୁରୁଷ ଓ ୭ ମହିଳା ରହିଛନ୍ତି। ଗୁଡାରି ବ୍ଲକରୁ ୬, ରାୟଗଡ଼ା ପୌରାଞ୍ଚଳରୁ ୧୪, ବ୍ଲକରୁ ୨, ମୁନିଗୁଡାରୁ ଜଣେ, ପଦ୍ମପୁର ବ୍ଲକରୁ ଜଣେ ଆକ୍ରାନ୍ତ ଅଛନ୍ତି। କଣ୍ଟାକ୍ଟ ଟ୍ରେସିଂ ମାଧ୍ୟମରେ ୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି। ଗତକାଲି ରାୟଗଡ଼ା ଥାନାରୁ ୧୨ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ଆଜି ଆଉ ୧୨ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଫଳରେ ରାୟଗଡ଼ା ଥାନାକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି।

ସେହିପରି ଆରକେ ନଗର ଗୁରୁଦେବ ଲାଇନ୍, ରାଣୀଗୁଡା ଫାର୍ମ ମଙ୍ଗଳା ମନ୍ଦିର ପଛପାର୍ଶ୍ବ, ପଦ୍ମପୁର ପଞ୍ଚାୟତ ସାଇ ନଗର, ମୁନିଗୁଡା ପାଇକସାହିକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଆଜିର ୨୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨୪ରେ ପହଞ୍ଚିଛି। ସେହିପରି ରାୟଗଡ଼ାରେ କରୋନାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଜିଲ୍ଲାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବାରୁ ସ୍ଥିତି ନିୟନ୍ତ୍ରଣ ନେଇ ଚିନ୍ତାରେ ପଡ଼ିଛି ପ୍ରଶାସନ।

ବଡ କଥା ହେଲା ଜିଲ୍ଲାରେ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁଲିସ୍ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ଅନ୍ୟ ଜିଲ୍ଲା ତୁଳନାରେ ରାୟଗଡ଼ାରେ କରୋନା ଯୋଦ୍ଧା ଆକ୍ରାନ୍ତଙ୍କ ତାଲିକା ଲମ୍ବି ଚାଲିଛି। ଯାହାଙ୍କ ସଂସ୍ପର୍ଶରେ ଆସି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ପରେ ଶେଷରେ ରାୟଗଡ଼ା କରୋନା ଆକ୍ରାନ୍ତ ତାଲିକାରେ ସାମିଲ୍ ହୋଇଥିବା ବେଳେ ଏବେ ଅନ୍ୟ ୩ ଜିଲ୍ଲା ତୁଳନାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଆଗୁଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe