କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲା

କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲା

The New Indian Express

ଝାରସୁଗୁଡ଼ା: ଛତିଶଗଡ଼ରେ ସପ୍ତାହେ ଧରି ଲଗାଣ ବର୍ଷା ପରେ ମହାନଦୀର ଉପରମୁଣ୍ଡରୁ ଜଳପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ୬୬ଟି ଯାକ ଗେଟ୍‌ ଦେଇ ଗତକାଲି ରାତିରୁ ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରିଛନ୍ତି। ଶୁକ୍ରବାର ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜର ସମସ୍ତ ଗେଟ୍‌ ଦେଇ ମୋଟ୍ ୧ ଲକ୍ଷ ୧୮ ହଜାର କ୍ୟୁସେକ୍‌ ଜଳ ମହାନଦୀକୁ ପ୍ରବାହିତ ହେଉଛି। ସେପଟେ, କଲମାର ଗେଟ୍‌ ଖୋଲିବା ଯୋଗୁ ଆଜି ସକାଳୁ ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ଜଳ ପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି।

ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୮୮,୨୮୬ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ଜଳସ୍ତର ୬୦୪.୧୯ ଫୁଟ୍‌ ରହିଛି। ତେବେ କଲମାରୁ ଛାଡ଼ିଥିବା ପାଣି ପ୍ରବେଶ କରିବା ପରେ ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୬ ଫୁଟ୍‌ ଛୁଇଁଯିବା ନେଇ ନଦୀବନ୍ଧ କର୍ତ୍ତୃପକ୍ଷ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେପଟେ, ଛତିଶଗଡ଼ରେ ବୃଷ୍ଟିପାତର ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଛତିଶଗଡ଼ର ଉପରମୁଣ୍ଡରେ ୫-୬ ମିମି ବର୍ଷା ରେକର୍ଡ ହୋଇଛି। ତେଣୁ ଆସନ୍ତାକାଲି ମଧ୍ୟ ବୃଷ୍ଟିପାତର ହାର ଏଭଳି ଜାରି ରହିଲେ ଛତିଶଗଡ଼ ସରକାର କଲମାର କିଛି ଗେଟ୍‌ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe