୬୬ବର୍ଷ ବୟସ୍କ ବୃଦ୍ଧାଙ୍କର ସରକାରଙ୍କୁ ପ୍ରଶ୍ନ- ମୁଁ ମରିଯିବା ପରେ ଭତ୍ତା ଦେବ କି?

Advertisment

୨୦ବର୍ଷ ହେବ ମିଳିନି ବିଧବା ଭତ୍ତା

୨୦ବର୍ଷ ହେବ ମିଳିନି ବିଧବା ଭତ୍ତା

୬୬ବର୍ଷ ବୟସ୍କ ବୃଦ୍ଧାଙ୍କର ସରକାରଙ୍କୁ ପ୍ରଶ୍ନ- ମୁଁ ମରିଯିବା ପରେ ଭତ୍ତା ଦେବ କି?

Sambad

ଜୟପୁର: ୬୬ବର୍ଷ ବୟସ୍କ ଜଣେ ବୃଦ୍ଧା ସନାଇ ନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମୁଁ ମରିଯିବା ପରେ ଭତ୍ତା ଦେବେ କି? ସ୍ଥାନୀୟ ଜୟନଗର ପାଇକସାହି ମାରୁତି ଲାଇନରେ ରହୁଛନ୍ତି ସନାଇ। ମୁଣ୍ଡ ଗୁଜିଂବାକୁ ଘର ଖଣ୍ଡିକ ବି ନାହିଁ। ଝିଅ କମଳା ଘର ସମ୍ମୁଖରେ ସିମେଣ୍ଟ ବସ୍ତାକୁ ଚାରି ପଟେ ଘୁଡାଇ ରହୁଛନ୍ତି। ଗତ ବର୍ଷକ ହେବ ଅଣ୍ଟାରେ ମାଡ଼ ହେବା ସହ ସିର ଗୁଡ଼ିକ ଠିକରେ କାମ ନ କରିବାରୁ ଚାଳି ବୁଲି ବି ପାରୁ ନାହାନ୍ତି। ଗତ ୨୦ବର୍ଷ ତଳେ ସ୍ବାମୀ ପିତବାସଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ବିଧବା ଭତ୍ତା ପାଇଁ ବି ଆବେଦନ କରିଥିଲେ। ୨୦ବର୍ଷ ପରେ ବି ଏହା ମିଳିନି। ଏବେ ବିଧବା ଭତ୍ତା ପାଇଁ ବି ଆବେଦନ କରିଛନ୍ତି ‌ସନାଇ ଏହା ମିଳିବ କି ନାହିଁ ସନ୍ଦେହରେ। ଗତ ୨୦ବର୍ଷ ହେବ ଯଦି ବିଧବା ଭତ୍ତା ମିଳି ପାରିଲା ନାହିଁ ଏବେ ବାର୍ଦ୍ଧକ୍ୟ ଭତ୍ତା ମିଳିବ ତ ବୋଲି ପ୍ରଶ୍ନ କରିଛନ୍ତି ସନାଇ।

publive-image Sambad

‌ସ୍ବାମୀଙ୍କର ମୃତ୍ୟୁ ପରେ ଯଦିଓ ଭତ୍ତା ମିଳି ନଥିଲେ ହେଁ ଚାକରାଣୀ ଭାବେ ବିଭିନ୍ନ ଘରେ କାମ କରି ବଂଚୁଥିଲେ। ତେବେ ଗତ ବର୍ଷକ ହେବ ଅଚାନକ ଭାବେ ଅଣ୍ଟାରୁ ଆଉ ତଳକୁ ଠିକରେ କାମ କରୁ ନଥିବାରୁ ସେ ଆଉ ଚାଳି ବୁଲୁ ପାରୁ ନାହାନ୍ତି। ନିଜ ଭାଗ୍ୟକୁ ଆଦରି ଝିଅର ପିଣ୍ଡାରେ ସେଭଳି ପଡ଼ି ରହିଛନ୍ତି ସନାଇ। ଜୟନଗରର କମଳା ପୁଝାରୀଙ୍କର ସ୍ବାମୀର ମୃତ୍ୟୁ ହେବା ପରେ ବାରମ୍ବାର ଆବେଦନ କରିବା ପରେବି ବିଧବା ଭତ୍ତା ପାଇ ନାହାନ୍ତି। ଚାକରାଣୀ ଭାବେ କାମ କରି ବହୁ କଷ୍ଠରେ ପରିବାର ଚଳାଉଥିବା କହିଛନ୍ତି କମଳା। ବହୁ ବର୍ଷ ହେବ ସନାଇ, କମଳା ଭଳି ବହୁ ଆବେଦନକାରୀ ବିଭିନ୍ନ ଭତ୍ତା ପାଇବା ପାଇଁ ଆବେଦନ କରି ପୌରକାର୍ଯ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହୋଇପଡ଼ିଲେଣି। ଧାର୍ଯ୍ୟ ସଂଖ୍ୟା ଅନୁଯାୟୀ ଭତ୍ତା ଦିଆଯାଉଛି। ନୂଆ ଟାର୍ଗେଟ ଆସିଲେ କିମ୍ବା କାହାରି ମୃତ୍ୟୁ ହେଲେ ଏହା ପରେ ‌ଖାଲି ପଡ଼ିଥିବା ସ୍ଥାନରେ ନୂଆ ଲୋକଙ୍କୁ ଭତ୍ତା ଦିଆଯାଉଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ତେବେ ଏହି ସ୍ଥିତିରେ ବହୁ ଆବେଦନକାରୀ ଭତ୍ତା ପାଇବା ପାଇଁ ବର୍ଷ ପରେ ବର୍ଷ ଆପେକ୍ଷା କରି କରି ଭତ୍ତା ନ ପାଇ ବି ମରିଯାଉଥିବା ଅଭିଯୋଗ ହୋଇଛି। ଭତ୍ତା ପାଇବା ପାଇଁ ୨୦ବର୍ଷ କାଳ ଅପେକ୍ଷା କରିବା ପରେ ଯଦି ଭତ୍ତା ମିଳୁନି, ତେବେ କେବେ ମିଳିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe