ସିନ୍ଦୂରପୁର ପଞ୍ଚାୟତ ଉପନିର୍ବାଚନ ଶାନ୍ତିପୂର୍ଣ୍ଣ, ୬୬% ମତଦାନ

ସିନ୍ଦୂରପୁର ପଞ୍ଚାୟତ ଉପନିର୍ବାଚନ ଶାନ୍ତିପୂର୍ଣ୍ଣ, ୬୬% ମତଦାନ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସିନ୍ଦୂରପୁର ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏଥିରେ ୬୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ତ୍ବାବଧାନରେ ବିନିକା ବ୍ଲକ୍‌ ପକ୍ଷରୁ ପଞ୍ଚାୟତର ୧୧ଟି ୱାର୍ଡରେ ୧୧ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଇଥିଲା। ୫୪୪୮ ଭୋଟରଙ୍କ ମଧ୍ୟରୁ ୩୫୯୪ ଜଣ ମତଦାନ କରିଥିଲେ। ସେଥି ମଧ୍ୟରୁ ୧୮୫୭ ପୁରୁଷ ଓ ୧୭୩୭ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ।

ବୁଧବାର ସକାଳ ୮ଟାରୁ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଭୋଟ୍‌ ଗଣତି କରାଯିବ। ଭୋଟ୍‌ ଗ୍ରହଣ ସମୟରେ ବୀରମହାରାଜପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ନୋଡାଲ୍‌ ଅଧିକାରୀ ଅଶୋକ ଭୋଇ, ରାମପୁର ଅତିରିକ୍ତ ତହସିଲଦାର ତଥା ନିର୍ବାଚନ ମ୍ୟାଜିଷ୍ଟ୍ରେଟ୍‌ ଶ୍ବେତପଦ୍ମା ଯୋଶୀ, ବିନିକା ତହସିଲାଦାର ତଥା ନିର୍ବାଚନ ଅଧିକାରୀ ଅଲେଖ ଘୁଟା ଓ ବିନିକା ବିଡିଓ ନିରଞ୍ଜନ ନାଏକ, ସୋନପୁର ଏସଡିପିଓ ମିହିର ପଣ୍ଡା, ବନିକା ଥାନା ଆଇଆଇସି ନିରଞ୍ଜନ ଦାଶ, ଜିପିଇଓ ଦ୍ବିତୀକୃଷ୍ଣ ପଣ୍ଡା, ବିଏସ୍‌ଏସ୍‌ଓ ଅଶ୍ବିନୀ ପାଣ୍ଡେ, ସେକ୍ଟର୍‌ ଅଫିସର ବିଜୟ ପୃଷ୍ଟି, ମୁନା ଓରାମ ତଥା ବ୍ଲକ୍‌ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe