ପରିସ୍ରା ପାଇଁ ବାହାରକୁ ଆସିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

Advertisment
ପରିସ୍ରା ପାଇଁ ବାହାରକୁ ଆସିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ସମ୍ବଲପୁର: ଅଇଁଠାପାଲି ଥାନା ଗୋପାଳମାଲ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ(୧୩)ଙ୍କୁ ଦୁଷ୍କର୍ମ ହୋଇଛି। ଛାତ୍ରୀ ଜଣକ ପରୀକ୍ଷା ପାଇଁ ପାଠ ପଢ଼ୁଥିଲେ। ଗୁରୁବାର ରାତି ୧୧ଟା ୩୦ରେ ସେ ପରିସ୍ରା ପାଇଁ ବାହାରକୁ ଆସିବା ବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ସେଠାରୁ ଟେକି ନେଇଥିଲେ। ପାଖ ବୁଦା ନିକଟରେ ଛାତ୍ରୀଙ୍କର ପୋଷାକ ଫାଡ଼ିବା ସହ ଜଣେ ଦୁର୍ବୃତ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଅନ୍ୟଜଣେ ସହଯୋଗ କରିଥିଲା।

ତେବେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଦେଲେ। ବିଳମ୍ବିତ ରାତି ଯାଏ ଏହି କାଣ୍ଡ ଚାଲିଥିଲା। ଅନେକ ସମୟ ପରେ ପରିବାର ଲୋକେ ଝିଅକୁ ଉକ୍ତ ବୁଦା ନିକଟରୁ ଉଦ୍ଧାର କରିଥିବା ବେଳେ ୨ ଅଭିଯୁକ୍ତ ଫେରାର୍‌ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଶୁକ୍ରବାର ଏ ନେଇ ଛାତ୍ରୀ ଜଣକ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଶୁକ୍ରବାର ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ୨ ଅଭିଯୁକ୍ତଙ୍କୁ ପୁଲିସ ଧରିଛି। ଉଭୟ ଅଭିଯୁକ୍ତ ନିଜକୁ ନାବାଳକ ବୋଲି କହୁଥିବା ବେଳେ ପୁଲିସ ସେମାନଙ୍କର ବୟସ ଯାଞ୍ଚ କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe