ରାସ୍ତା ଉପରେ ୬ ଫୁଟର ବୋଡା ସାପ ଉଦ୍ଧାର  

Advertisment
ରାସ୍ତା ଉପରେ ୬ ଫୁଟର ବୋଡା ସାପ ଉଦ୍ଧାର  

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ଛକ ନିକଟ ଏକ ହୋଟେଲ ସମ୍ନାରୁ ବିରାଟ ବୋଡା ସାପ ଉଦ୍ଧାର ହୋଇଛି। ଯ‌ାହାର ଲମ୍ବ ପ୍ରାୟ ୬ଫୁଟ ହେବ ଅନୁମାନ କରାଯାଉଛି। ବୋଡା ସାପଟି ସନ୍ଧ୍ୟା ସମୟରେ ମୁଖ୍ୟରାସ୍ତା ପାର ହେଉଥିବା ବେଳେ କିଛି ଲୋକ ତାକୁ ଦେଖି ଭୟଭୀତ ହୋଇ ଯାଇଥିଲେ। ଏହି ସ୍ଥାନରେ ହୋଟେଲ ସାଙ୍ଗକୁ ମେଡିକାଲ୍‌ ପେଟ୍ରୋଲ୍‌ ପମ୍ପ ରହିଥିବାରୁ ସଂନ୍ଧ୍ୟା ସମୟରେ ବହୁ ଗହଳ ହୋଇଥାଏ। କିନ୍ତୁ ସାପ ଦ୍ବାରା କାହାର କିଛି କ୍ଷତି ଘଟିବା ଆଗରୁ ହୋଟେଲ ମାଲିକ ବିଟୁ ବିଷୋୟୀ ସାହସ ସହ ଉକ୍ତ ‌ବୋଡା ସାପଟିକୁ କାବୁକରି ଏକ ବସ୍ତା ଭିତରେ ଭର୍ତ୍ତି କରିଥିଲେ। ଏହାପରେ ବନ ବିଭାଗ ସହଯୋଗରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛଡ଼ା ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe