ଡ଼କାୟତି ମାମଲାରେ ୭ ଗିରଫ, ଲୁଟ ସୁନା ଅଳଙ୍କାର ଜବତ

Advertisment

ଲୁଟରେ ବ୍ୟବହୃତ ଗାଡ଼ି ସହ ସୁନା କିଣିଥିବା ବ୍ୟକ୍ତି ମଧ୍ୟ ଗିରଫ

ଲୁଟରେ ବ୍ୟବହୃତ ଗାଡ଼ି ସହ ସୁନା କିଣିଥିବା ବ୍ୟକ୍ତି ମଧ୍ୟ ଗିରଫ

ଡ଼କାୟତି ମାମଲାରେ ୭ ଗିରଫ, ଲୁଟ ସୁନା ଅଳଙ୍କାର ଜବତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧିନରେ ହୋଇଥିବା ଏକ ଡକାୟତି ମାମଲାର ତଦନ୍ତ କରି ପୁଲିସ୍ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତମାସ ୧୮ ତାରିଖ ଦିନ ସଂନ୍ଧ୍ୟା ସମୟରେ ବଡ଼ଗଡ ବଡଦାଣ୍ଡ ସାହିରେ ଥିବା କେ ସୀମାଦ୍ରୀ ପାତ୍ରଙ୍କ ଘର ସାମ୍ନାରେ ଥିବା ଲୁଗା ଦୋକାନରେ ପଶି କିଛି ଦୁବୃର୍ତ୍ତ ବନ୍ଧୁକ ମୁନରେ ଦୋକାନ ମାଲିକ ସୀମାଦ୍ରି ଏବଂ ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନା ଅଳଙ୍କାର ଲୁଟ କରି ପଳାଇଥିଲେ। ଏଥିସହ ସେମାନଙ୍କ ମୋବାଇଲ ମଧ୍ୟ ସାଙ୍ଗରେ ନେଇ ପଳାଇଥିଲେ। ସୀମାଦ୍ରି ଏହି ଘଟଣା ସଂର୍ପକରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ କରି ଡକାୟତିରେ ସାମିଲ ଥିବା ୫ଜଣ ଅଭିଯୁକ୍ତଙ୍କ ସମତେ ଲୁଟ ସୁନାକୁ କିଣିଥିବା ୨ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ଠାରୁ ଲୁଟ ହୋଇଥିବା ଗୋଟିଏ ସୁନା ଚେନ୍,୨ ଗୋଟି ସୁନା ମୁଦି ଜବତ କରାଯାଇଛି ଏଥିସହ ଦୁଇଟି ସୁନା ଚୁଡି ଓ ଗୋଟିଏ ଲକେଟ ଲାଗିଥିବା ଚେନ୍‌କୁ ତରଳା ଯାଇଥିବା ସୁନାଖଣ୍ଡକୁ ମଧ୍ୟ ଜବତ କରାଯଇଥିବା ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠି ସୂଚନା ଦେଇଛନ୍ତି।

publive-image

ପୁଲିସ୍ ସେମାନଙ୍କ ନିକଟରୁ ଡକାୟତ ବେଳେ ବ୍ୟବହାର କରିଥିବା ବନ୍ଧୁକ ଓ ୨ ଟି ଜୀବନ୍ତ ଗୁଳି ଜବତ କରିଛି। ସେମାନଙ୍କ ନିକଟରୁ ୩ ଟି ବାଇକ୍ ମଧ୍ୟ ଜବତ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଆସିକା ଖଣ୍ତବନ୍ଧର ଅନୀଲ ଡାକୁଆ(୨୫), ପୁରୁଷୋତ୍ତମପୁର କଳାସିଙ୍ଗିର ଏ.ସୁରେଶ ଦୋରା(୨୪), ବଡଗଡ ଗଙ୍ଗାପୁରର କାହ୍ନୁ ବିଷୋୟୀ(୨୭), ହିଞ୍ଜିଳି ଶିକିରିର ଜଗନ୍ନାଥ ରାଉତ(୨୦), ଶିବ ନାୟକ(୨୧)। ଏଥିସହ ଲୁଟ ସୁନା କିଣିବା ଅଭିଯୋମଗରେ କୈତଳାଶ ଚନ୍ଦ୍ର ଏବଂ ଶେରଗଡ଼ର ବି.ରମେଶ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାରେ କେସ୍ ନଂ ୨୬୭/୨୦ରେ ଏକ ମାମଲା ରୁଜୁ କରାଯାଇ ଦଫା ୩୯୫, ୪୦୭, ୪୧୨ ଏବଂ ୨୫,୨୭ ଆର୍ମସ୍ ଆକ୍ଟରେ ତଦନ୍ତ ଜାରି ରହିଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

publive-image

ସୂଚନା ଅନୁଯାୟୀ, ଗତମାସ ୧୮ ତାରିଖ ଦିନ ସଂନ୍ଧ୍ୟା ସମୟରେ ବଡଗଡ଼ ଥାନ ଅଧିନ ଗଙ୍ଗାପୁର ଗ୍ରାମର ଦୁଇ ଜଣ ଅଭିଯୁକ୍ତ ଲୁଟ କରିବା ପାଇଁ ଯୋଜନା କରିବା ସହ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ୩ ଟି ବାଇକ୍‌ରେ ବଡଗଡ଼ ଆସିଥିଲେ। ପ୍ରଥମେ ଲୁଗା କିଣିବା ବାହାନାରେ ୩ ଜଣ ଦୋକନ ଭିତରେ ପଶିଥିଲେ। ଏହାପରେ ଦୋକାନ ମାଲିକ ସିମାଦ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଭିତର ପଟୁ ଦୋକାନ ସଟର ବନ୍ଦ କରି ଦେଇଥିଲେ। ଆଉ ଅନ୍ୟମାନେ ବାହାରେ ଜଗି ରହିଥିବା ବେଳେ ଭିତରେ ଥିବା ଅଭିଯୁକ୍ତ ମାନେ ସେମାନଙ୍କୁ ବନ୍ଧୁକ ଛୁରୀ ଦେଖାଇ ସେମାନଙ୍କ ଠାରୁ ୨ ଟି ଚେନ୍, ଦୁଇଟି ମୁଦି, ଏକ ହଳ ସୁନା ଚୁଡି ଏବଂ ଦୁଇଟି ମୋଫବାଇଲ୍ ଫୋନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଘଟଣା ସଂର୍ପକରେ ସିମାଦ୍ରୀ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ପୂର୍ବରୁ ଅନ୍ୟ ଏକ ମାମଲାରେ ଗିରଫ ହୋଇ ଜେଲ୍‌ରେ ରହିଥିବା ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe