ଡକାୟତି ଉଦ୍ୟମ ପଣ୍ଡ, ୭ ଗିରଫ 

Advertisment
ଡକାୟତି ଉଦ୍ୟମ ପଣ୍ଡ, ୭ ଗିରଫ 

ଜୟପୁର: ସ୍ଥାନୀୟ ସତିଗୁଡା ଡ୍ୟାମ ନିକଟରେ ଡକାୟତି ଉଦ୍ୟମ କରୁଥିବା ଏକ ଡକାୟତ ଦଳକୁ ଜୟପୁର ସଦର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଏକ ଛତିଶଗଡ ନମ୍ବର ବିଶିଷ୍ଟ ଏକ ସ୍କ‌ୋର୍ପିଓ( ସିଜି ୧୮ ଏନ ୧୮୨୭) ସହ ୪୮ହଜାର ଟଙ୍କା ଜବତ ହୋଇଛି। ଏନେଇ ୧୯୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଏସଆଇ ଶଙ୍କର ପଣ୍ଡା କହିଛନ୍ତି। ଗିରଫ ହୋଇଥିବା ଯୁବକମାନେ ହେଲେ ମାଲକାନଗିରି ଜିଲ୍ଲା ଏମଭି-୧୯ର ସୁଜିତ ମଣ୍ଡଳ (୩୫), ଧୋବା ବାଘ (୪୦), କୁଶୱାଡାର ଚନ୍ଦ୍ର ଭବନ ରୁଞ୍ଜ‌େ (୩୫), ଏଭି-୮ର ପ୍ରଶାନ୍ତ ସାନା (୪୪), ଉତ୍ତରବା‌ ପାଣ୍ଡିର ହରିପଦ ରାୟ (୨୮), ସୁକୁମାର ଏସ.କେ ଅବଦୁଲ ବାସିଦ (୩୫) ଓ ବଜରଙ୍ଗ ନେତମ (୩୫)  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ ସତିଗୁଡା ନିକଟରେ ବିଳମ୍ବିତ ରାତିରେ ଏକ କାର ଠିଆ ହୋଇଥିବା ସହ କିଛି ଯୁବକ ଡକାୟତି କରିବାକୁ ବ୍ଲୁପିଣ୍ଟ କରୁଥିବାନେଇ ଖବର ମିଳିଥିଲା। ଏହାକୁ ନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଦଳକୁ କାବୁ କରିଥିଲା। ପଚରାଉଚୁରା କରିବା ପରେ ସେମାନେ ଜୟପୁର ସହର ଓ ଏହାର ଉପଖଣ୍ଡରେ ଡକାୟତୀ କରିବାକୁ ଯୋଜାନା କରୁଥିବା ମାନିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe