ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ୭ଦିନର ସ୍ଥାନାନ୍ତରିତ ଶିଶୁକନ୍ୟାର ମୃତ୍ୟୁ

Advertisment
ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ୭ଦିନର ସ୍ଥାନାନ୍ତରିତ ଶିଶୁକନ୍ୟାର ମୃତ୍ୟୁ

କଟକ: ଘରୋଇ ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟଣା ପରେ ସ୍ଥାନାନ୍ତରିତ ହୋଇଥିବା ଏକ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଶିଶୁଭୁବନରେ ଭର୍ତ୍ତି ହୋଇଥିବା ୭ ଦିନର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଶିଶୁଟି ଭ୍ରଦକ ଅଞ୍ଚଳର ବୋଲି ଜଣାପଡିଛି। ଗତକାଲି ପୁରୀଘାଟରେ ଥିବା ନର୍ସିଂହୋମର ତୃତୀୟ ମହଲାରେ ଥିବା ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ରୋଗୀଙ୍କୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, କଟକର ପୁରୀଘାଟସ୍ଥିତ ଘରୋଇ ହସ୍ପିଟାଲ ‘ତ୍ରିଶା’ରେ ଶନିବାର ଘଟିଛି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ୪୫ ଜଣ ରୋଗୀ ଓ ସଦ୍ୟ ଜନ୍ମିତ ଶିଶୁଙ୍କୁ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରୁ ଉଦ୍ଧାର କରାଯାଇଥିଲା। ଶିଶୁ ଓ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିଲା।  ଅପରାହ୍ନରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ ନେଇ ‌ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ରୋଗୀ ଓ ସେମାନଙ୍କ ସଂପର୍କୀୟ ଜୀବନବିକଳରେ ଏଣେତେଣେ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଆଁରେ ଝରକା କାଚ ସବୁ ଭାଙ୍ଗି ଚୂରମାର ହୋଇ ଭାଙ୍ଗିପଡୁଥିବା ବେଳେ ଏସ୍‌ଏନ୍‌ସିୟୁରେ ଥିବା ନବଜାତକ ଶିଶୁଙ୍କ ପରିବାରବର୍ଗଙ୍କ କାନ୍ଦ ବୋବାଳିରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ନିଆଁ ଓ ଧୂଆଁ ଭିତରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪୫ଜଣ ଗୁରୁତର ରୋଗୀ ଓ ନବଜାତକ ଶିଶୁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ଡାକ୍ତରଖାନା ଓ ଶିଶୁଭବନକୁ ସ୍ଥାନାନ୍ତର କରିଥିଲେ।

ଏସ୍‌ଏନ୍‌ସିୟୁରେ ଥିବା ଏକ ପେଟି ଭିତରୁ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଏହି ଶିଶୁର ଅଗ୍ନିକାଣ୍ଡ ପୂର୍ବରୁ ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେବାରୁ ରାସ୍ତା ଉପରେ ଅନେକ ଗୁରୁତର ରୋଗୀ ବସି ରହିଥିବାର ଦେଖିବାକୁ ମିଳିଥିଲଶ। ପ୍ରଥମ ମହଲାରେ ଥିବା ଅଫିସ କାର୍ଯ୍ୟାଳୟର କମ୍ପୁଟର ସିପିୟୁ ବା ଇନ୍‌ଭର୍ଟରର ବ୍ୟାଟେରୀ ଫାଟିଯିବା ଫଳରେ ସେଥିରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe