ଜମନକିରା: ସମ୍ବଲପୁର ଜିଲ୍ଲା ଭୋଜପୁର ରେଞ୍ଜ ବାଞ୍ଜିପାଲି ସେକ୍ସନ ଅନ୍ତର୍ଗତ ମହଦା ପଞ୍ଚାୟତ କରଡାଖମନ ଗାଁ ସ୍କୁଲ ନିକଟରୁ ଶନିବାର ରାତିର ଏକ ୭ ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର ହୋଇଛି। ଦାୟିତ୍ବରେ ଥିବା ଫରେଷ୍ଟର ଟିକମଚାନ୍ଦ ଚୌଧୁରୀଙ୍କ କହିବାନୁସାରେ ରାତି ପ୍ରାୟ ସାଢ଼େ ୭ଟା ବେଳେ ସାପଟି ରାସ୍ତା ପାରି ହେଉଥିବା ଅଂଚଳବାସୀ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଫରେଷ୍ଟର ଶ୍ରୀ ଚୌଧୁରୀଙ୍କ ସହ ଗାର୍ଡ ଝସକେତନ ଓ ୱାଚର୍ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ତା’ର ସ୍ବାସ୍ଥ୍ୟ ପରୀକ୍ଷା ପରେ ବାଞ୍ଜିପାଲି ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ସାପଟିର ଲମ୍ବର ୭ ଫୁଟ ହୋଇଥିବା ବେଳେ ଓଜନ ୧୧ କେଜି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
୭ ଫୁଟ ଲମ୍ବ ଅଜଗର ଉଦ୍ଧାର
Advertisment
Follow Us