ହାଇୱା-ବୋଲେରୋ ମୁହାଁମୁହିଁ, ୭ ଗୁରୁତର

Advertisment
ହାଇୱା-ବୋଲେରୋ ମୁହାଁମୁହିଁ, ୭ ଗୁରୁତର

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା କଲରାଗଡ଼ିଆ ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୭ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଭଦ୍ରକର ଏକ କଲେଜର ଛାତ୍ରଛାତ୍ରୀ ବିଜୟ ବାରିକ (୨୮), ମୋନାଲିସା ନାୟକ (୨୫), କେଦାରନାଥ ପତି (୨୯), ଝିଲ୍ଲୀ ବାଈ (୨୬), ପ୍ରଭା ବେହେରା (୨୫), ଏସ୍‌କେ ଜାନି, ସିପ୍ରାରାଣୀ ନାୟକ (୨୬), ରାଜଶ୍ରୀ ବେହେରା (୨୫)। ଆଜି ଅପରାହ୍‌ଣ ୩ଟାବେଳେ ଘଟଗାଁ ପାର୍ଶ୍ବରୁ ଏକ ବୋଲେରୋ (ଓଡି-୦୧-ଏଚ୍-୧୫୧୫)ରେ ମା' ତାରିଣୀଙ୍କ ଦର୍ଶନ ସାରି ଛାତ୍ରଛାତ୍ରୀମାନେ ଫେରୁଥିବ‌େଳେ ବାଲି ବୋଝେଇ ହାଇୱାଟି ହଠାତ୍ ରାସ୍ତା ଉପରକୁ ଚାଲି ଆସିବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ବାଲି ବୋଝେଇ ହାଇୱାଟି ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ଗୁରୁୁତରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ଯିବାପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe